ଭିଡିଓ ପୋଷ୍ଟ କରି ଆମ ଆଦମୀ ପାର୍ଟିକୁ ଜବାବ ଦେଲେ ରାଘବ ଚଢ଼ା
ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ା ଏବଂ ତାଙ୍କ ଦଳ ମଧ୍ୟରେ ମତଭେଦ ଏବେ ତୀବ୍ର ହେବାରେ ଲାଗିଛି । ରାଜ୍ୟସଭାରେ କେବେ ରାଘବ ପଂଜବର କୌଣସି ପ୍ରସଙ୍ଗ ଉଠାଇ ନଥିବା ଦଳର ନେତା ମାନେ ନିକଟରେ ଅଭିଯୋଗ କରିଥିଲେ । ରାଘବ ଏହାର ଜବାବରେ ସୋସିଅଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ ପଂଜାବ ପ୍ରସଙ୍ଗ ଉଠାଉଥିବା ଦେଖିବାକୁ ମିଳିଛି । ଏଥିସହ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ପିକଚର ଅଭି ବାକି ହୈ…. । ପଞ୍ଜାବରେ ଚାଷୀଙ୍କ ସମସ୍ୟା,ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦାବି, ସହିଦ ଭଗତ ସିଂହଙ୍କ ପାଇଁ ଭାରତ ରତ୍ନ ଦାବି, ପଂଜାବକୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଇତ୍ୟାଦି ପ୍ରସଙ୍ଗ ସେ ଉଠାଇଥିବା ଭିଡିଓରେ ରହିଛି । ଏଥିସହ ରାଘବ କହିଛନ୍ତି, ପଂଜାବ ମୋ ପାଇଁ ଆଲୋଚନା ନୁହେଁ..ଏହା ମୋର ଘର,ମୋର କର୍ତ୍ତବ୍ୟ,ମୋର ମାଟି ଓ ମୋର ମାଆ ।