ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ଟ୍ରମ୍ପଙ୍କୁ ପାଲଟା ଧମକ ଦେଲା ଇରାନ, ମଧ୍ୟପ୍ରାଚ୍ୟକୁ ନର୍କରେ ପରିଣତ କରିବୁ

ହୋର୍ମୁଜ ପ୍ରଣାଳୀ ଖୋଲିବାକୁ ଇରାନକୁ ୪୮ ଘଣ୍ଟିଆ କଣ୍ଟ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଯେଉଁ କଣ୍ଟ କି ଆଜି ପୂରଣ ହେଉଛି ।  ନହେଲେ ଚରମ ପରିଣତି ଭୋଗିବାକୁ ପ୍ରସ୍ତୁତ ରହିବାକୁ ଟ୍ରମ୍ପ ଚେତାବନୀ ଦେଇଥିଲେ । ତେବେ ଏହି ଧମକରେ ଡରିନାହିଁ ଇରାନ । ପାଲଟା ଧମକ ଦେଇଛି । ଇରାନ ସାମରିକ ବାହିନୀ କେନ୍ଦ୍ରୀୟ ମୁଖ୍ୟାଳୟର ମୁଖପାତ୍ର ଇବ୍ରାହିମ ଜୋଲଫାଘାରି କହିଛନ୍ତି, ଯଦି ଏହିପରି ଉତ୍ତେଜନା ଜାରି ରହିବ, ତେବେ ଇରାନ ଓ ଇସ୍ରାଏଲ ପାଇଁ ସମଗ୍ର ମଧ୍ୟପ୍ରାଚ୍ୟ ନର୍କରେ ପରିଣତ ହୋଇଯିବ । ଇରାନକୁ ପରାସ୍ତ କରିବାର ଭ୍ରମ ସେମାନଙ୍କ ପାଇଁ ଘାତକ ହେବ । ଉଲ୍ଲେଖଯୋଗ୍ୟ, ଇରାନ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିଥିବାରୁ ସମଗ୍ର ବିଶ୍ୱରେ ଏବେ ଶକ୍ତି ସଂକଟ ଗୁରୁତର ହୋଇଛି । ଇରାନ କେବଳ ହାତଗଣତି ବନ୍ଧୁ ରାଷ୍ଟ୍ରର ଜାହାଜକୁ ତେଲ ନେଇ ହୋର୍ମୁଜ ପ୍ରଣାଳୀ ପାରି ହେବାକୁ ଅନୁମତି ଦେଇଛି । 

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *