World News

ଆମେରିକାରେ ବଡ଼ ଝଡ଼, ୧୧ ହଜାର ବିମାନ ଉଡ଼ାଣ ରଦ୍ଦ

ଆମେରିକାରେ ପ୍ରବଳ ପବନ ସାଙ୍ଗକୁ ବରଫପାତ ହେବା ଯୋଗୁ ବିମାନବନ୍ଦରଗୁଡ଼ିକର ରନୱେ ପ୍ରଭାବିତ ହୋଇଛି । ଏହା ଫଳରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି । ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ଆମେରିକାରେ ମୋଟ ୧୧,୦୫୫ରୁ ଅଧିକ ଉଡ଼ାଣ ରଦ୍ଦ ହୋଇଯାଇଛି । କେବଳ ମଙ୍ଗଳବାର ୫,୭୦୦ ଉଡ଼ାଣ ବନ୍ଦ ରହିଥିଲା । ବରଫ ଝଡ଼ ଯୋଗୁ ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି । ଏଠାରେ ୬ ଲକ୍ଷରୁ ଅଧିକ ଘରକୁ ବିଜୁଳି ଯୋଗାଣ ଠପ୍ ହୋଇଯାଇଛି । ଏହାଛଡ଼ା ‘ଦ ବୋଷ୍ଟନ ଗ୍ଲୋବ’ ନିଜ ୧୫୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ସମ୍ବାଦପତ୍ର ଛାପିପାରି ନାହିଁ । କାରଣ କର୍ମଚାରୀମାନେ ପ୍ରିଣ୍ଟିଙ୍ଗ୍ ପ୍ରେସ୍ ନିକଟରେ ପହଞ୍ଚି ପାରି ନ ଥିଲେ । ଭୀଷଣ ବରଫ ଝଡ଼କୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଜରୁରି ପରିସ୍ଥିତି ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *