ପାକିସ୍ତାନର ଏଫ୍-୧୬ ଯୁଦ୍ଧବିମାନକୁ ଅପଗ୍ରେଡ କରିବ ଆମେରିକା

Author:

ପାକିସ୍ତାନକୁ ଦେଇଥିବା ଏଫ-୧୬ ଯୁଦ୍ଧବିମାନକୁ ଆମେରିକା ଅପଗ୍ରେଡ କରିବ । ଏଥିପଇଁ ୬୮୬ ନିୟୁତ ଡଲାର ବା ପ୍ରାୟ ୫,୮୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ସଂସଦକୁ ଅନୁମୋଦନ ନିମନ୍ତେ ପଠାଯାଇଛି । ଅସ୍ତ୍ରଶସ୍ତ୍ର ରପ୍ତାନୀ ନିୟନ୍ତ୍ରଣ ଆଇନ ଅଧୀନରେ ଏହି ଅପଗ୍ରେଡ କରାଯିବ । ପ୍ରତିରକ୍ଷା ସୁରକ୍ଷା ସହଯୋଗ ସଂସ୍ଥା ବୈଠକରେ ଗତ ୮ ତାରିଖରେ ଏହି ପ୍ରସ୍ତାବ ମଞ୍ଜୁରି ହେବା ପରେ ସଂସଦକୁ ପଠାଯାଇଛି । ଏହାକୁ ଅନୁମୋଦନ ଲାଗି ସଂସଦ ପାଖରେ ୩୦ ଦନ ସମୟ ରହିଛି । ଏହି ୬୮୬ ନିୟୁତ ଡଲାର ମଧ୍ୟରେ ୩୭ ନିୟୁତ ପ୍ରମୁଖ ପ୍ରତିରକ୍ଷା ଉପକରଣ ସାମିଲ ଥିଲା ବେଳେ ଅବଶିଷ୍ଟ ୬୫୯ ନିୟୁତ ଡଲାର ସଫ୍ଟୱେର, ହାର୍ଡୱେର ଓ ଲଜିଷ୍ଟିକ ପାଇଁ ଉଦ୍ଦିଷ୍ଟ । ଏହି ଅପଗ୍ରେଡ ଫଳରେ ପାକିସ୍ତାନରେ ଥିବା ଏଫ-୧୬ ଲଢ଼ୁଆ ବିମାନର ଆୟୁଷ ୨୦୪୦ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏଥିପାଇଁ ଆମେରିକାର ବିଶେଷଜ୍ଞମାନେ ପାକିସ୍ତାନ ଯିବେ । ପାକିସ୍ତାନକୁ ଲିଙ୍କ-୧୬ ଡାଟା ଲିଙ୍କ୍ ଟେକ୍ନୋଲୋଜି ମଧ୍ୟ ଆମେରିକା ଦେବ ।

Leave a Reply

Your email address will not be published. Required fields are marked *