ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ; ଟାର୍ଗେଟରେ ଖୋମେନି

ଇରାନ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି ଇସ୍ରାଏଲ । ଇରାନର ରାଜଧାନୀ ତେହେରାନରେ ଶନିବାର ବଡ଼ ଆକ୍ରମଣ ହୋଇଛି । ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଖଲି ଖାମେନିଙ୍କ କାର୍ଯ୍ୟାଳୟ ନିକଟରେ ୩ଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା । ତେହେରାନ ସରକାରୀ ଟିଭି ପକ୍ଷରୁ ବିସ୍ଫୋରଣ ହୋଇଥିବା ନିଶ୍ଚିତ କରାଯାଇଛି । ଏହାକୁ ନେଇ ଇରାନର ଅନେକ ସ୍ଥାନରେ ସତର୍କତା ସାଇରନ ବାଜିଛି । ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କୁ ଟାର୍ଗେଟ କରି ଏହି ଇସ୍ରାଏଲ ଓ ଆମେରିକା ପକ୍ଷରୁ ଏହି ମିଳିତ ଆକ୍ରମଣ କରାଯାଇଛି । ତେବେ ଖାମେନି ବର୍ତ୍ତମାନ ତେହେରାନରେ ନ ଥିବା ଜଣାପଡ଼ିଛି । ଜଣେ ଇରାନ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ଖାମେନିଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଇସ୍ରାଏଲ୍ ଏହାକୁ ‘ପ୍ରି-ଏମ୍ପେଟିଭ ଆକ୍ରମଣ’ ଭାବରେ ବର୍ଣ୍ଣନା କରିଛି । ଇସ୍ରାଏଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି । ଦେଶରେ ସାଧାରଣ କାର୍ଯ୍ୟ ସ୍ଥଗିତ ରଖାଯିବା ସହ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି ।

Leave a Reply

Your email address will not be published. Required fields are marked *