ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ସରିଫ ଓ ମୁନିରଙ୍କୁ ପ୍ରଶଂସା କରି ମହାନ ନେତା କହିଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପାକିସ୍ତାନ ସହିତ ତାଙ୍କର ଅତ୍ୟନ୍ତ ବହୁତ ଭଲ ସମ୍ପର୍କ ରହିଛି । ପାକିସ୍ତାନ ସହିତ ମୁଁ ବହୁତ ଭଲ ଭାବରେ ମିଶିଯାଏ । ସେମାନଙ୍କର ଜଣେ ମହାନ ପ୍ରଧାନମନ୍ତ୍ରୀ ଓ ଜେନେରାଲ ଅଛନ୍ତି । ଉଭୟ ବ୍ୟକ୍ତିଙ୍କୁ ମୁଁ ପ୍ରକୃତରେ ବହୁତ ସମ୍ମାନ କରେ । ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହସ୍ତକ୍ଷେପ କରିବା ନେଇ ସେ ବିଚାର ବୋଲି ଟ୍ରମ୍ପ କହିଛନ୍ତି । ଅପରପକ୍ଷରେ ଆମେରିକାର ବୈଦେଶିକ ବିଭାଗ ମଧ୍ୟ ସାମ୍ପ୍ରତିକ ଉତ୍ତେଜନା ମଧ୍ୟରେ ଇସଲାମବାଦକୁ ସମର୍ଥନ ଜଣାଇଛି । ଆମେରିକାର ରାଜନୈତିକ ବ୍ୟାପାର ଉପସଚିବ ଆଲିସନ ହୁକର କହିଛନ୍ତି ଯେ ସାମ୍ପ୍ରତିକ ଯୁଦ୍ଧରେ ପ୍ରାଣ ହରାଇଥିବା ପାକ୍ ନାଗରିକଙ୍କ ପାଇଁ ସମବେଦନା ଜଣାଉଛୁ । ତାଲିବାନ ଆକ୍ରମଣ ବିରୁଦ୍ଧରେ ପାକିସ୍ତାନ ନିଜକୁ ରକ୍ଷା କରିବାର ଅଧିକାରକୁ ଆମେ ସମର୍ଥନ କରୁଛୁ ।

Leave a Reply

Your email address will not be published. Required fields are marked *