ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମା’ ନାଁ ରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଲାଗି ସାଢ଼େ ଚାରି କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଲକ୍ଷ୍ୟ। ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରେ ମିଶନ ଶକ୍ତିର ମହିଳାମାନେ ଅଢେଇ କୋଟି ଗଛ ଲଗାଇବେ।ଏନେଇ ହର୍ଟି କଲଚର,ଏଗ୍ରି କଲଚର, ଜଙ୍ଗଲ ବିଭାଗ ଓ ବିଭିନ୍ନ ନର୍ସରୀରେ ଥିବା ଗଛ ଗୁଡ଼ିକୁ ମିଶନ ଶକ୍ତି ମା’ମାନଙ୍କୁ ଯୋଗାଇ ଦେବାକୁ ବିଭାଗ ଗୁଡିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚିଠି ଲେଖିବେ ।