ଆଫଗାନିସ୍ତାନର ଦାବି; ୫୫ ପାକିସ୍ତାନ ସୈନ୍ୟଙ୍କୁ ନିହତ ସହ ୧୯ ସାମରିକ ପୋଷ୍ଟ ଧ୍ୱଂସ କରିଛୁ
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନା ଶୀର୍ଷରେ ପହଞ୍ଚôଛି । ଗତକାଲି ରାତିରେ ପାକିସ୍ତାନ ଉପରେ ଆଫଗାନିସ୍ତାନ ଏକ ବଡ଼ ଆକ୍ରମଣ କରିିଛି । ଯେଉଁଥିରେ ୫୫ରୁ ଅଧିକ ପାକିସ୍ତାନୀ ସୈନିକ ନିହତ ଓ ଶତାଧିକ ଆହତ ହୋଇଛନ୍ତି । ସେହିଭଳି ୧୯ ସାମରିକ ପୋଷ୍ଟ ଧ୍ୱଂସ ହୋଇଛି ବୋଲି ଆଫଗାନିସ୍ତାନ ଦାବି କରିଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମୁଖପାତ୍ର ଜାବିହୁଲ୍ଳାହ ମୁଜାହିଦଙ୍କ ଅନୁଯାୟୀ, ଫେବୃଆରୀ ୨୨ରେ ପାକିସ୍ତାନ ବିମାନ ଆକ୍ରମଣ କରିଥିଲା । ଏହି ଆକ୍ରମଣର ଜବାବରେ ଆଫଗାନିସ୍ତାନ ସେନା ଗତ କାଲି ରାତିରେ ପାକିସ୍ତାନର ୬ଟି ସେକ୍ଟରରେ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି । ଭାରତୀୟ ସମୟ ରାତି ୯ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ଏହା ଚାଲିଥିଲା । ଏଥିରେ ମୋର୍ଟାର, ତୋପ, ଟ୍ୟାଙ୍କ ଏବଂ ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର ବ୍ୟବହାର କରାଯାଇଥିଲା । ଆଫଗାନିସ୍ତାନର ୨୦୩ ମନସୁରୀ କର୍ପସ ଓ ୨୦୧ ଖାଲିଦ ବିନ ୱାଲିଦ କର୍ପସ ଏହି ଅପରେସନ କରିଥିଲା ।