ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ଏଆଇ ସମ୍ମିଳନୀରେ ହଙ୍ଗାମା ମାମଲା: ଯୁବ କଂଗ୍ରେସ ଅଧ୍ୟକ୍ଷ ଉଦୟଭାନୁ ଗିରଫ

ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ସାର୍ଟ ଖୋଲି ବିକ୍ଷୋଭ ପ୍ରଦର୍ଶନ ମାମଲାରେ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟଭାନୁ ଚିବଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ୍ କୋର୍ଟରେ ହାଜର କରି 7 ଦିନ ପାଇଁ ରିମାଣ୍ଡରେ ନେବାକୁ ପୋଲିସ ନିବେଦନ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ବିଭିନ୍ନ ରାଜ୍ୟରେ ଥିବାରୁ ସେମାନଙ୍କୁ ସାମ୍ନାସାମ୍ନି ଜେରା ପାଇଁ ଅଧିକ ସମୟ ଦରକାର ବୋଲି କୁହାଯାଇଥିଲା। ଉଦୟଭାନୁଙ୍କ ଓକିଲ ରିମାଣ୍ଡକୁ ବିରୋଧ କରି କହିଥିଲେ ଯେ ତାଙ୍କ ମହକିଲ ତଦନ୍ତରେ ସହଯୋଗ କରିଥିଲେ। ସେ ଘଟଣାସ୍ଥଳରେ ବି ଉପସ୍ଥିତ ନଥିଲେ। ତେଣୁ ଗିରଫଦାରୀର କୌଣସି ଆବଶ୍ୟକତା ନାହିଁ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ 4 ଦିନ ପାଇଁ ହେପାଜତକୁ ମଞ୍ଜୁର ଦେଇଥିଲେ। ଏବେ ପୋଲିସ ପ୍ରତିବାଦ ପଛରେ ଥିବା ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଏବଂ ଯୋଜନାର ପର୍ଦ୍ଦାଫାସ କରିବାକୁ ଉଦୟଭାନଙ୍କୁ ଜେରା କରିବ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *