ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ଯୁଦ୍ଧର ପ୍ରଥମ ସପ୍ତାହରେ ୯୪ ହଜାର କୋଟି ଖର୍ଚ୍ଚ କରିଛି ଆମେରିକା

ଆମେରିକା ୧୩ ଦିନ ହେଲା ଇରାନରେ ଭୟଙ୍କର ଯୁଦ୍ଧ ଲଢୁଛି। ମାତ୍ର ଏହି ଯୁଦ୍ଧ ଗୋଟିଏ ପଟେ ଆମେରିକା ଅର୍ଥନୀତି ପାଇଁ ଉପଯୋଗୀ ହେଉଥିବାବେଳେ ଅନ୍ୟପଟେ କ୍ଷତି ହେଉଛି। ଯୁଦ୍ଧର ପ୍ରଥମ ଛଅ ଦିନରେ ୧୧.୩ ବିଲିୟନ ଡଲାର ଅର୍ଥାତ ପ୍ରାୟ ୯୪,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇସାରିଛି। ଏକ ରୁଦ୍ଧ ଦ୍ୱାର ବୈଠକରେ ଆମେରିକା କଂଗ୍ରେସକୁ ପେଣ୍ଟାଗନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ବୈଠକରେ ସାମିଲ ଥିବା ତିନିଜଣ ଅଧିକାରୀ ଏହି ପରିସଂଖ୍ୟାନ ରିପୋର୍ଟ ଜାରି କରିଛନ୍ତି। ପେଣ୍ଟାଗନ ଅଧିକାରୀମାନେ କହିଛନ୍ତି ଯେ, ମୁଖ୍ୟତଃ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଉପରେ ଏହି ବ୍ୟୟ କରାଯାଉଛି। ଏଥିରେ ପୂର୍ବରୁ ହୋଇଥିବା ମିଲିଟାରୀ ହାର୍ଡୱେର୍ ଏବଂ କର୍ମଚାରୀଙ୍କ ପ୍ରସ୍ତୁତି ଖର୍ଚ୍ଚ ଯୋଡ଼ା ଯାଇନାହିଁ। ତେଣୁ ପ୍ରକୃତ ଖର୍ଚ୍ଚ ଢେର ଅଧିକ ହୋଇପାରେ। ପ୍ରଥମ ଦୁଇ ଦିନରେ ହିଁ ଆମେରିକୀୟ ସେନା ୫.୬ ବିଲିୟନ ଡଲାରର ଯୁଦ୍ଧ ସାମଗ୍ରୀ ବ୍ୟବହାର କରିସାରିଛି।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *