ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Odisha News

ରାଜ୍ୟରେ ଶିଶୁ ବାଟିକାରେ ମିଶିବ ଅଙ୍ଗନବାଡ଼ି, ପ୍ରତି ଗାଁରେ ହେବ ଆଦର୍ଶ ବିଦ୍ୟାଳୟ

ରାଜ୍ୟର ପ୍ରତି ଗାଁରେ,ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଇଛି । ଶନିବାର ରାଜ୍ୟବ୍ୟାପୀ ଖଡ଼ିଛୁଆଁ ଓ ଶ୍ରେଣୀ ଗହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜେ ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ସାମିଲ ହୋଇଥିଲେ । ସେ କୁନି କୁନି ପିଲାମାନଙ୍କ ସହ ଭାବ ବିନିମୟ କରିବା ସହିତ ସେମାନେ ସିଲଟରେ ମା-ବାପା ଲେଖାଇଥିଲେ । ପିଲାମାନଙ୍କୁ ସେମାନଙ୍କ ମନ ଜିଣିଲା ଭଳି ପ୍ରଶ୍ନ ମାମୁ ଘର କେଉଁଠି, କ’ଣ ଖାଇକି ଆସିଛ ଇତ୍ୟାଦି ପଚାରିଥିଲେ । ସେମାନଙ୍କୁ କିଟ୍ ବଣ୍ଟନ କରିବା ସହିତ ଚିତ୍ରାଙ୍କନ ଷ୍ଟଲ ବୁଲି ପ୍ରଶଂସା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟରେ ପର୍ଯ୍ୟାୟ କ୍ରମରେ ଶିଶୁ ବାଟିକାରେ ଅଙ୍ଗନବାଡ଼ିର ମିଶ୍ରଣ ହେବ । ପ୍ରତ୍ୟେକ ଗ୍ରାମରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିବାକୁ ସରକାରଙ୍କ ଯୋଜନା ରହିଛି ।  

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *