ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Sports

ବିଶ୍ୱବିଜୟୀ ଭାରତୀୟ ଦଳ ପାଇଁ ୧୩୧ କୋଟି ପୁରସ୍କାର ଘୋଷଣା କଲା ବିସିସିଆଇ

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ନିକଟରେ ୩ୟଥର ଲାଗି ଟି-୨୦ ବିଶ୍ୱକପ୍ ଜିତି ଇତିହାସ ରଚିଛି । ଫାଇନାଲରେ ଭାରତୀୟ ଦଳ ୯୬ ରନରେ ନୁ୍ୟଜିଲାଣ୍ଡକୁ ହରାଇ ଚାମ୍ପିଅନ ହୋଇଥିଲା । ଭାରତୀୟ ଦଳର ଏହି ଐତିହାସିକ ସଫଳତା ପରେ ଖେଳାଳିଙ୍କ ଉପରେ ଏବେ ପୁରସ୍କାର ବର୍ଷା ହେବାରେ ଲାଗିଛି । ଭାରତୀୟ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ବିଶ୍ୱ ବିଜୟୀ ଦଳକୁ ୧୩୧ କୋଟି ଟଙ୍କା ପୁରସ୍କାର ପ୍ରଦାନ ନେଇ ଘୋଷଣା କରିଛି । ଏଥିରୁ ଚାମ୍ପିଅନ ଦଳର ସଦସ୍ୟ ରହିଥିବା ୧୫ଜଣ ଖେଳାଳିଙ୍କୁ ୬ କୋଟି ଲେଖାଏ ପ୍ରଦାନ କରାଯିବ । ସେହିଭଳି ବଳକା ୪୧ କୋଟି ଟଙ୍କାକୁ ମୁଖ୍ୟ କୋଚ୍, ସପୋର୍ଟ କୋଚ୍ ଓ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ବଣ୍ଟାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ ବିଶ୍ୱକପ୍ ଚାମ୍ପିଅନ ହେବା ପରେ ପୁରସ୍କାର ଆକାରରେ ଭାରତୀୟ ଦଳ ୨୭ କୋଟି ଟଙ୍କା ଜିତିଥିଲା । ଏଥିପୂର୍ବରୁ ୨୦୨୪ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଦଳକୁ ବିସିସିଆଇ ୧୨୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଥିଲା ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *