ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ତାମିଲନାଡ଼ୁରେ ବଡ଼ ରାଜନୈତିକ ପରିବର୍ତ୍ତନ; ଡିଏମ୍କେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

ନିର୍ବାଚନ ପୂର୍ବରୁ ଶୁକ୍ରବାର ତାମିଲନାଡୁରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବହିଷ୍କୃତ ଏଆଇଡିଏମକେ ନେତା ଓ.ପନ୍ନିରସେଲଭମ  ଶାସକ ଡିଏମକେ ଦଳରେ ଯୋଗଦେଇଛନ୍ତି । ଚେନ୍ନାଇସ୍ଥିତ ଦଳୀୟ ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଉତ୍ତରୀୟ ପିନ୍ଧାଇ ପନ୍ନିରସେଲଭମଙ୍କୁ ଡିଏମକେକୁ ସ୍ୱାଗତ କରିଥିଲେ । ରିପୋର୍ଟ ଅନୁସାରେ ଆଗାମୀ ବିଧାନସଭା ନିର୍ବାଚନରେ ଡିଏମକେ ପନ୍ନିରସେଲଭମଙ୍କୁ ତାଙ୍କ ନିଜ କ୍ଷେତ୍ର ଥେନି’ର ବୋଡି ମେଟ୍ଟୁ ନିର୍ବାଚନ ମଣ୍ଡଳୀରୁ  ପ୍ରାର୍ଥୀ କରିପାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିଶ୍ୱସ୍ତ ପନ୍ନିରସେଲଭମଙ୍କ ଥେବର ବହୁଳ ଅଞ୍ଚଳରେ ବେଶ୍ ପ୍ରଭାବ ରହିଛି । ତେଣୁ ଦକ୍ଷିଣ ତାମିଲନାଡ଼ୁରେ ସ୍ଥିତି ମଜଭୁତ କରିବା ପାଇଁ ଡିଏମକେ ତାଙ୍କୁ ଦଳରେ ସାମିଲ କରି ଏକ ରଣନୈତିକ ପଦକ୍ଷେପ ନେଇଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ ଓପିଏସ ଭାବେ ପରିଚିତ ପନ୍ନିରସେଲଭମ ୩ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ୨୦୧୬ରେ ଜୟଳଳିତାଙ୍କ ମୃତୁ୍ୟପରେ ଦଳ ଭିତରେ କ୍ଷମତା ସଂଘର୍ଷରେ ଫଶିଯାଇଥିଲେ । ତାଙ୍କୁ ମଧ୍ୟ ଶେଷରେ ଦଳରୁ ବହିଷ୍କୃତ କରାଯାଇଥିଲା ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *