ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ୬୦ ପ୍ରତିଶତ ସିଟ୍ ଉପରେ ଅତିରିକ୍ତ ଶୁଳ୍କ ନାହିଁ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଏୟାରଲାଇନ୍ସ ଉପରେ ନିଜର କଠୋର ନିୟନ୍ତ୍ରଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଦଶ ଜାରି କରିଛନ୍ତି । ଯାତ୍ରୀମାନଙ୍କୁ ଆଉ ସିଟ୍ ଚୟନ ପାଇଁ ମନଇଚ୍ଛା ଶୁଳ୍କ ଦେବାକୁ ପଡ଼ିବ ନାହିଁ । ମୋଦି ସରକାର ଏଥିରେ ରୋକ ଲଗାଇଛନ୍ତି । ସବୁଠୁ ବଡ଼ ଆଶ୍ୱସ୍ତି ହେଉଛି ପ୍ରତ୍ୟେକ ବିମାନରେ ଅତିକମରେ ୬୦ ପ୍ରତିଶତ ସିଟ୍ ଯାତ୍ରୀମାନଙ୍କୁ କୌଣସି ଅତିରିକ୍ତ ଶୁଳ୍କ ବିନା ଉପଲବ୍ଧ ହେବ । କେନ୍ଦ୍ର ସରକାରଙ୍କ ନୂତନ ନିୟମ ଅନୁଯାୟୀ, ଯଦି ଆପଣ ପରିବାର କିମ୍ବା ବନ୍ଧୁମାନଙ୍କ ସହିତ ଗୋଟିଏ ବୁକିଂରେ ଯାତ୍ରା କରୁଛନ୍ତି, ତେବେ ଆପଣ ସମସ୍ତେ ବିମାନରେ ଏକାଠି ପାଖାପାଖି ବସିବେ । ଏୟାରଲାଇନ୍ସକୁ ଏହା ନିଶ୍ଚିତ କରିବାକୁ ପଡ଼ିବ । ଏଥିସହ ଯାତ୍ରୀ ସିଟ୍ ବ୍ୟତୀତ କ୍ରୀଡ଼ା ଉପକରଣ, ବାଦ୍ୟଯନ୍ତ୍ର ଓ ପାଳିତ ପଶୁ ବହନ ସମ୍ପର୍କରେ ସ୍ପଷ୍ଟ ଏବଂ ସ୍ୱଚ୍ଛ ନୀତି ସ୍ଥାପନ କରିବାକୁ ପଡ଼ିବ ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *