ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ନାସିକରେ କୂଅରେ ଖସିପଡ଼ିଲା କାର; ୬ ପିଲାଙ୍କ ସମେତ ପରିବାରର ୯ ମୃତ

ମହାରାଷ୍ଟ୍ର ନାସିକର ଦିଣ୍ଡୋରିରେ ଶୁକ୍ରବାର ରାତିରେ ଏକ ମର୍ମତୁଦ ଦୁର୍ଘଟଣା ଘଟିଛି । ଏକ ଉତ୍ସବରେ ଯୋଗ ଦେଇ ଗୋଟିଏ ପରିବାର ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଘରକୁ ଫେରୁଥିଲେ । ଶିବାଜୀ ନଗର ନିକଟରେ କାରଟି ନିୟନ୍ତ୍ରଣ ହରାଇବାରୁ ରାସ୍ତା ପାଶ୍ୱର୍ରେ ଥିବା ଏକ କୂଅ ମଧ୍ୟକ ଖସି ପଡ଼ିଥିଲା । ମୃତକ ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ସେମାନଙ୍କ ମଧ୍ୟରେ ୫ ଜଣ ବାଳିକାଙ୍କ ବୟସ ୭ରୁ ୧୪ ବର୍ଷ ମଧ୍ୟରେ । ଜଣେ ୧୧ ବର୍ଷର ବାଳକ ପ୍ରାଣ ହରାଇଛନ୍ତି । ପରିବାରର ମୁଖ୍ୟ ସୁନିଲ ଦାରଗୁଡ଼େ ଏବଂ ପତ୍ନୀ ମଧ୍ୟ ପ୍ରାଣ ହରାଇଛନ୍ତି । ଗଭୀର କୂପଟିରେ ବହୁତ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ଓ ଡିଜାଷ୍ଟର ମ୍ୟାନେଜମେଣ୍ଟ ଟିମର ସହାୟତା ନିଆଯାଇଥିଲା । ପୁଲିସ ଘଟଣାର ତଦନ୍ତ କରିବା ସହ କୂଅଟି ଯେଉଁ ବ୍ୟକ୍ତିଙ୍କ ଜମିରେ ଅଛି, ତାଙ୍କ ନାମରେ ମାମଲା ରୁଜୁ କରିଛି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *