Technology

ଆମେରିକାକୁ ଚୀନ୍‌ର ଝଟକା: ନିଜ ଆଗାମୀ ଏଆଇ ମଡେଲ ପାଇଁ ସ୍ୱଦେଶୀ କମ୍ପାନୀକୁ ବାଛିଲା ‘ଡିପସିକ୍’

ଆମେରିକା ଏବଂ ଚୀନ୍ ମଧ୍ୟରେ ଟେକ୍ନୋଲୋଜି ଓ ବାଣିଜ୍ୟକୁ ନେଇ ତିକ୍ତତା ଲାଗିରହିଥିବା ବେଳେ ଚୀନ୍‌ର ଲୋକପ୍ରିୟ ଏଆଇ କମ୍ପାନୀ ‘ଡିପସିକ୍’ ଆମେରିକା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କମ୍ପାନୀ ନିଜର ଆଗାମୀ ଏଆଇ ମଡେଲ ‘ଭି୪’ର ପ୍ରାରମ୍ଭିକ ଆକ୍ସେସ୍ ଆମେରିକୀୟ ଚିପ୍ ନିର୍ମାତା ଏନଭିଡିଆ ଏବଂ ଏଏମଡି କୁ ଦେବାକୁ ମନା କରିଦେଇଛି। ଏହା ପରିବର୍ତ୍ତେ ଡିପସିକ୍ ନିଜ ଦେଶର ଟେକ୍ କମ୍ପାନୀ ହୁଆୱେ ସମେତ ଅନ୍ୟ ସ୍ୱଦେଶୀ କମ୍ପାନୀଗୁଡ଼ିକୁ ଏହି ଆକ୍ସେସ୍ ଦେଇଛି। ପୂର୍ବରୁ ଡିପସିକ୍ ଏନଭିଡିଆ ସହ ମିଶି କାମ କରୁଥିଲା। ମାତ୍ର ଆମେରିକା ଚୀନ୍ ଉପରେ ଉନ୍ନତ ଚିପ୍ ରପ୍ତାନି ଉପରେ କଟକଣା ଲଗାଇବା ପରେ ଚୀନ୍ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମେରିକୀୟ ଟେକ୍ନୋଲୋଜି ଉପରେ ନିର୍ଭରଶୀଳତା କମାଇ ନିଜସ୍ୱ ଏଆଇ ଏବଂ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ମଜବୁତ କରିବା। ଅନ୍ୟପଟେ, ଡିପସିକ୍ କଟକଣା ଉଲ୍ଲଂଘନ କରି ନିଜର ନୂଆ ମଡେଲ ଟ୍ରେନିଂ ପାଇଁ ଏନଭିଡିଆର ଉନ୍ନତ ‘ବ୍ଲାକୱେଲ୍’ ଚିପ୍ ବ୍ୟବହାର କରିଥିବା ନେଇ ଆମେରିକୀୟ ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *