ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ସିଆଇଏ ଦେଲା ଖାମେନେଇଙ୍କ ତଥ୍ୟ, ୩୦ଟି ବୋମା ଦ୍ୱାରା ଟାର୍ଗେଟ

ଇସ୍ରାଏଲ୍-ଆମେରିକାର ମିଳିତ ଆକ୍ରମଣରେ ଶନିବାର ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତୁ୍ୟ ଘଟିଛି । ଏଥିଲାଗି ବହୁ ଦିନ ପୂର୍ବରୁ ଯୋଜନା ହୋଇଥିଲା । ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ କିଛି ମାସ ଧରି ଖାମେନେଇଙ୍କ ଗତିବିଧି ଉପରେ ନଜର ରଖୁଥିଲା । ଶନିବାର ସକାଳୁ ତେହରାନର ଏକ ପ୍ରମୁଖ ସରକାରୀ ପରିସରରେ ଦେଶର ଶୀର୍ଷ ଅଧିକାରୀଙ୍କ ବୈଠକ ହେବାକୁ ଯାଉଥିବା ନେଇ ସିଆଇଏ ସୂଚନା ପାଇଥିଲା । ଖାମେନେଇ ନିଜେ ସେହି ବୈଠକରେ ସାମିଲ ହେବାର ଥିଲା । ଇରାନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ସର୍ବୋଚ୍ଚ ନେତାଙ୍କ ଅଫିସ୍ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ୩ଟି ଯାକ ଗୋଟିଏ ପରିସରରେ ରହିଛି । ଶନିବାର ସକାଳୁ ଇସ୍ରାଏଲ୍ର ଯୁଦ୍ଧ ବିମାନ ନିଜ ଠିକଣାରୁ ଉଡ଼ାଣ ଭରିଥିଲେ । ଖାମେନେଇ ଥିବା କୋଠା ଚିହ୍ନଟ ହେବା ପରେ ଇସ୍ରାଏଲ୍ର ଯୁଦ୍ଧ ବିମାନ ସେହି ପରିସରରେ ୩୦ଟି ବଙ୍କର ବିଧ୍ୱଂସୀ ବୋମା ପକାଇଲା । ଫଳରେ ଖାମେନେଇଙ୍କ ସମେତ କମ୍ପ୍ଲେକ୍ସରେ ଥିବା ୪୦ କମାଣ୍ଡର ମଧ୍ୟ ପ୍ରାଣ ହରାଇଲେ ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *