ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

କତାର ବନ୍ଦ କଲା ଗ୍ୟାସ୍ ଉତ୍ପାଦନ; ବଢ଼ିପାରେ ସିଏନଜି ଦର

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତରେ ସିଏନଜି ଏବଂ ପିଏନଜି ଦର ବଢ଼ିପାରେ । ଇରାନର ଡ୍ରୋନ୍ ହମଲା ପରେ ଭାରତକୁ ଗ୍ୟାସ ଯୋଗାଉଥିବା ସର୍ବବୃହତ୍ ଦେଶ କତାର ଏହାର ଲିକ୍ୱିଫାଏଡ୍ ନାଚୁରାଲ ଗ୍ୟାସ ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ କରିଦେଇଛି । ଏହାଦ୍ୱାରା ଭାରତ ଆସିବାକୁ ଥିବା ଜାହାଜଗୁଡ଼ିକ ଅଟକିଛି ଏବଂ ଘରୋଇ ବଜାରରେ ଗ୍ୟାସ ଯୋଗାଣ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଭାରତ ଏହାର ଆବଶ୍ୟକତାର ୪୦ ପ୍ରତିଶତ ଏଲଏନଜି ଅର୍ଥାତ୍ ପ୍ରାୟ ୨.୭ କୋଟି ଟନ୍ କତାରରୁ ଆମଦାନି କରିଥାଏ । ଭାରତ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ‘ହୋର୍ମୁଜ’ ଜଳପଥ ବନ୍ଦ ହେବା । ଏହି ବାଟ ଦେଇ କତାର ଏବଂ ୟୁଏଇ ଭଳି ଦେଶ ନିଜ ନିଜର ତେଲ ଏବଂ ଗ୍ୟାସ ରପ୍ତାନି କରିଥାନ୍ତି । ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ଯୋଗୁ ଏହି ରୁଟ୍ ଏବେ ସୁରକ୍ଷିତ ନାହିଁ । ୨୮ ଫେବ୍ରୁଆରୀରେ ଏହି ମାର୍ଗ ଦେଇ ୯୧ ଜାହାଜ ଅତିକ୍ରମ କରୁଥିଲେ, ଯାହା ଏବେ ହ୍ରାସ ପାଇ ୨୬ ହୋଇଯାଇଛି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *