ରାଜ୍ୟରେ ବିଭିନ୍ନ ସ୍ଥାନରେ ଅପଭ୍ରଂଶ ଇଂରାଜୀ ନାମ ବଦଳିବ
ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ । ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର । ପ୍ରସ୍ତାବ ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ବିଭାଗ ସଚିବ । ଓଡ଼ିଶାର ଯେଉଁ ସ୍ଥାନ ଗୁଡ଼ିକରେ ସରକାରୀ ଭାବରେ ବ୍ୟବହୃତ ଇଂରାଜୀ ନାମ ଗୁଡ଼ିକ ସେମାନଙ୍କର ପ୍ରାମାଣିକ ଓଡ଼ିଆ ନାମର ଅପଭ୍ରଂଶ ସେହି ସ୍ଥାନ ଗୁଡ଼ିକର ମୂଳ ଓଡ଼ିଆ ନାମ ପୁନଃସ୍ଥାପନ ହେବ । ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ୍ ଏବଂ ତହସିଲ, ଯେଉଁଠି ବର୍ତ୍ତମାନ ସରକାରୀ ବ୍ୟବହାରରେ ଥିବା ଇଂରାଜୀ ନାମ ଗୁଡ଼ିକ ସେମାନଙ୍କର ପ୍ରାମାଣିକ ଓଡ଼ିଆ ନାମକରଣର ଅପଭ୍ରଂଶ ରୂପ ରହିଛି, ସେ ସବୁ ସ୍ଥାନର ମୂଳ ଓଡ଼ିଆ ନାମ ଗୁଡ଼ିକୁ ଓଡ଼ିଶା ସରକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ପୂର୍ବରୁ ପ୍ରଦାନ କରାଯାଇଥିବା ରିପୋର୍ଟକୁ ପୁନଃ ପରୀକ୍ଷଣ କରି, ନୂତନ ପ୍ରସ୍ତାବ ସହ ସାତ ଦିନ ଭିତରେ ବିଭାଗକୁ ପ୍ରେରଣ କରିବାକୁ ଏହି ପତ୍ରରେ ଜିଲ୍ଲାପାଳଙ୍କୁ ଜଣାଯାଇଛି ।