ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Sports

କର୍କଟ ଲଢ଼େଇରେ ହାରିଗଲେ କ୍ରିକେଟର୍ ରିଙ୍କୁ ସିଂ’ଙ୍କ ବାପା 

ଟି-୨୦ ବିଶ୍ୱକପ୍ ମଝିରେ ଭାରତୀୟ କ୍ରିକେଟର୍ ରିଙ୍କୁ ସିଂଙ୍କୁ ନେଇ ବଡ଼ ଦୁଃଖଦ ଖବର ଆସିଛି । କର୍କଟ ସହିତ ଦୀର୍ଘ ଦିନର ଲଢ଼େଇ ପରେ ଶେଷରେ ରିଙ୍କୁ’ଙ୍କ ବାପା ଖାନଚାନ୍ଦ ସିଂ ଶୁକ୍ରବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗ୍ରେଟର ନୋଏଡାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଖାନଚାନ୍ଦଙ୍କ ଦେହାନ୍ତ ହୋଇଛି । ଏହି ସମୟରେ ରିଙ୍କୁ ଭାରତୀୟ ଦଳ ସହ ଚେନ୍ନଇରେ ଥିଲେ । ଶୁକ୍ରବାର ଭାରତୀୟ ଦଳ ବିଶ୍ୱକପର ପରବର୍ତ୍ତୀ ମ୍ୟାଚ ଖେଳିବା ଲାଗି କୋଲକାତା ଯାତ୍ରା କରିଛି । କିନ୍ତୁ ରିଙ୍କୁ ପିତାଙ୍କ ମୃତୁ୍ୟ ଖବର ପାଇବା ପରେ ଆଲିଗଡ଼ସ୍ଥିତ ଘରକୁ ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ ସେ ପିତାଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ । ରିଙ୍କୁଙ୍କ ଭାଇ ସୋନୁ ମୁଖାଗ୍ନି ଦେଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ରିଙ୍କୁ’ଙ୍କୁ କ୍ରିକେଟର ଭାବେ ଗଢ଼ି ତୋଳିବାରେ ଖାନଚାନ୍ଦଙ୍କ ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଖାନଚାନ୍ଦ ଆଲିଗଡ଼ରେ ସିଲିଣ୍ଡର ଡେଲିଭରି କରି ରିଙ୍କୁ’ଙ୍କୁ ଖେଳିବାରେ ସମସ୍ତ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *