ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Entertainment

ଷଷ୍ଠ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ହେଲା ଧୂରନ୍ଧର-୨

ରଣବୀର ସିଂଙ୍କ ଚଳଚ୍ଚିତ୍ର ଧୁରନ୍ଧର-୨ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ ରହିଛି। ଏହା ବିଶ୍ୱସ୍ତରରେ ଷଷ୍ଠ ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ପାଲଟିଯାଇଛି। ଏ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧,୨୨୬.୪୪ କୋଟି ଟଙ୍କା ଆୟ କଲାଣି। ଏହା କେଜିଏଫ ଚାପ୍ଟର-୨ର ୧,୨୧୫ କୋଟି ଟଙ୍କା ଓ ଯୱାନର ୧,୧୬୦ କୋଟି ଟଙ୍କାକୁ ପଛରେ ପକାଇ ଦେଇଛି। ଟ୍ରେଡ୍ ୱେବସାଇଟ୍ ସାଚନିଲ୍କ ଅନୁଯାୟୀ, ମୁକ୍ତିଲାଭ କରିବାର ଦଶମ ଦିନରେ ଏହି ଚଳଚ୍ଚିତ୍ର ଭାରତରେ ୬୨.୮୫ କୋଟି ଟଙ୍କାର ନେଟ୍ କଲେକ୍ସନ କରିଛି। ଧୁରନ୍ଧର-୨ ର ଭାରତରେ ମୋଟ ୭୭୮.୭୭ କୋଟି ଟଙ୍କାର ନେଟ ଆୟ କଲାଣି। ସେହିପରି ଭାରତରେ ମୋଟ ଆୟ ୯୩୦.୪୪ କୋଟି ଟଙ୍କା ହୋଇଛି। ମୋଟ ଆୟହେ ଟିକେଟ୍ ବିକ୍ରିରୁ ମୋଟ ଆୟ ଏବଂ ନେଟ୍ ଆୟ ହେଉଛି ଟିକସ କଟିବା ପରେ ହୋଇଥିବା ଆୟ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *