୫୦୦ କୋଟି ଆୟ କଲାଣି ଧୂରନ୍ଧର-୨
ରଣବୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ଧୁରନ୍ଧର ୨ବକ୍ସ ଅଫିସରେ ଧୁମ ମଚାଇଛି। ମୁକ୍ତିଲାଭର ତୃତୀୟ ଦିନ ଅର୍ଥାତ୍ ଶନିବାର ଏହି ଫିଲ୍ମ କେବଳ ଭାରତରେ ୧୧୩ କୋଟି ଟଙ୍କା ଆୟ କରିଛି। ପେଡ୍ ପ୍ରିଭ୍ୟୁ ସମେତ ତିନି ଦିନ ମଧ୍ୟରେ ଫିଲ୍ମର ମୋଟ ସଂଗ୍ରହ ୩୩୯.୨୭ କୋଟି ଟଙ୍କା ହୋଇଛି। ସେହିପରି ଏହି ଫିଲ୍ମ ସାରା ବିଶ୍ୱରେ ୫୦୦ କୋଟି ଟଙ୍କା ଆୟ କରିସାରିଛି। ପ୍ରଥମ ଶନିବାରର ଆୟ ମାମଲାରେ ଏହା ପୁଷ୍ପା-୨, ଯବାନ, ବାହୁବଲୀ-୨ ଏବଂ ଦଙ୍ଗଲ ପରି ବଡ଼ ଚଳଚ୍ଚିତ୍ରଗୁଡ଼ିକୁ ପଛରେ ପକାଇ ଦେଇଛି। ଧୂରନ୍ଧର-୨ ବିଦେଶରେ ପ୍ରାୟ ୯୬.୫୦ କୋଟି ଟଙ୍କା ଆୟ କରିଛି। ଏହାକୁ ମିଶାଇ ସାରା ବିଶ୍ୱରେ ଫିଲ୍ମର ମୋଟ ଆୟ ୫୦୧.୦୪ କୋଟି ଟଙ୍କାରେ ପହଞ୍ଚିଯାଇଛି। ଏହା ଆଗାମୀ ଦିନରେ ସବୁ ରେକର୍ଡ ଭାଙ୍ଗିଦେବ ବୋଲି ଆଶା କରାଯାଉଛି।