Blog

ଅନିଲ ଅମ୍ବାନୀଙ୍କୁ ଜେରା କଲା ଇଡି

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରିଲାଏନ୍ସ ଗ୍ରୁପର ଏହି ପୂର୍ବତନ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଗୁରୁବାର ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ସମ୍ମୁଖରେ ହାଜର ହୋଇଥିଲେ। ଅମ୍ବାନୀ ସକାଳ ପ୍ରାୟ ୧୧ଟା ସମୟରେ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଏଠାରେ ତାଙ୍କୁ ବିଦେଶୀ ମୁଦ୍ରା ନିୟମାବଳୀର ଉଲ୍ଲଂଘନ ଏବଂ ପାଣ୍ଠି ଅନ୍ୟତ୍ର ସ୍ଥାନାନ୍ତର ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଏହି ମାମଲା ସରକାରୀ ବ୍ୟାଙ୍କଗୁଡ଼ିକ ତାଙ୍କ କମ୍ପାନୀକୁ ଦିଆଯାଇଥିବା ଋଣରେ ଅନିୟମିତତା ଏବଂ ମନି ଲଣ୍ଡରିଂ ସହ ଜଡିତ। ସିବିଆଇ ୨୦୧୯ ଦାୟର କରିଥିବା ଏତଲା ଆଧାରରେ ଇଡି ଏହି ମାମଲାର ତଦନ୍ତ କରୁଛି। ଏହାର ଦିନକ ତଳେ ଇଡି ମୁମ୍ବାଇର ପାଲି ହିଲ୍ସ ସ୍ଥିତ ଅନିଲଙ୍କ ୧୭ ମହଲା ବିଶିଷ୍ଟ ବାସଭବନ ଆବୋଡକୁ ଜବତ କରିଥିଲା। ଏହାର ମୂଲ୍ୟ ପ୍ରାୟ 3, 716 କୋଟି ଟଙ୍କା ହେବ।

Leave a Reply

Your email address will not be published. Required fields are marked *