ଯୁଦ୍ଧ ଭୟ: ହଜାରେ ନିୟୁତପତି ଦୁବାଇ ଛାଡ଼ିଲେଣି
ମଧ୍ୟପ୍ରାଚ୍ୟ ଅଶାନ୍ତି ମଧ୍ୟରେ ଦୁବାଇରେ ଧନକୁବେରମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଏକଦା ବିଳାସ ଜୀବନର ପ୍ରତୀକ ଭାବେ ଗଣାଯାଉଥିଲା ଦୁବାଇ । ଏଠାରେ ରହିବାକୁ ସେମାନେ ଆଉ ସୁରକ୍ଷିତ ମଣୁନାହାନ୍ତି । ଅଧିକାଂଶ ଓମାନର ରାଜଧାନୀ ମସ୍କାଟ ଦେଇ ଲଣ୍ଡନ ଏବଂ ଅନ୍ୟ ୟୁରୋପୀୟ ସହରଗୁଡ଼ିକୁ ପଳାଇ ଯାଉଛନ୍ତି । ଦୈନିକ ମସ୍କାଟ ବିମାନ ବନ୍ଦରରୁ ପାଖାପାଖି ୩୦ ଘରୋଇ ଜେଟ୍ ଏବଂ ଚାର୍ଟର୍ଡ ଫ୍ଲାଇଟ୍ ଛାଡୁଛି । ପ୍ରତି ବିମାନରେ ଅନୁ୍ୟନ ୮ ଯାତ୍ରୀ ଯାଉଛନ୍ତି । ଏହା ମଧ୍ୟରେ ୧୦୦୦ରୁ ଊଦ୍ଧ୍ୱର୍ ଧନୀ ପରିବାର ଦୁବାଇ ଛାଡ଼ିସାରିଲେଣି । ୮୧,୨୦୦ ନିୟୁତପତି ଥିବା ଏହି ସହରରୁ ଏକସଙ୍ଗେ ଏତେ ମାତ୍ରାରେ ଧନୀ ପଳାୟନ କରିବାରୁ ଏହାର ଅର୍ଥବ୍ୟବସ୍ଥାକୁ ବାଧିବା ଆରମ୍ଭ କଲାଣି । ତେବେ ବିମାନରେ ସିଟ୍ ପିଛା ପ୍ରାୟ ୨୦,୦୦୦ ଡଲାର ବା ୧୬ ଲକ୍ଷ ଟଙ୍କା ଦେବାକୁ ପଡୁଛି ।