ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Sports

କୁଲଦୀପଙ୍କ ରିସେପସନରେ ଯୋଗଦେଲେ ଗମ୍ଭୀର, ଜାଡେଜା, ପନ୍ତ

ଟି-୨୦ ବିଶ୍ୱକପ୍ ଚାମ୍ପିଅନ ହେବା ପରେ ଭାରତୀୟ କ୍ରିକେଟର୍ କୁଲଦୀପ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତ ୧୪ ତାରିଖରେ କୁଲଦୀପ ତାଙ୍କ ବାନ୍ଧବୀ  ବଂଶିକା ଚଡ୍ଡାଙ୍କୁ ବିବାହ କରିଛନ୍ତି । ମସୁରୀରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ଏହାପରେ କୁଲଦୀପ ତାଙ୍କ ଘରୋଇ ସହର ଲକ୍ଷ୍ନୌରେ ଗତକାଲି ବିବାହ ଭୋଜିର ଆୟୋଜନ କରିଥିଲେ । ଯେଉଁଥିରେ କ୍ରିକେଟ୍ ସମେତ ରାଜନୀତିର ଅନେକ ପ୍ରମୁଖ ବ୍ୟକ୍ତି ଯୋଗଦେଇଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ବହୁ ପୂର୍ବତନ ଓ ବର୍ତ୍ତମାନର ଭାରତୀୟ କ୍ରିକେଟର୍ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଋଷଭ ପନ୍ତ ପ୍ରମୁଖ ରହିଥିଲେ । ସେହିଭଳି ପୂର୍ବତନ କ୍ରିକେଟର ଶିଖର ଧାୱନ ତାଙ୍କ ପତ୍ନୀ ସୋଫି ସାଇନଙ୍କ ସହିତ ରିସେପସନରେ ଯୋଗ ଦେଇଥିଲେ । ଯୁବ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଯୋଗ ଦେଇ ଭୋଜିର ମଜା ଉଠାଇଥିଲେ ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *