ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬: ‘ଗିଭ୍ ଟୁ ଗେନ୍’ ଥିମ୍ ସହ ସଶକ୍ତୀକରଣର ବାର୍ତ୍ତା
ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ରାଜନୈତିକ ସଫଳତାକୁ ସମ୍ମାନ ଜଣାଇବା ଏବଂ ଲିଙ୍ଗଗତ ସମାନତା ପାଇଁ ସଂଘର୍ଷକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିନଟି ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ହେଉଛି ‘ଗିଭ୍ ଟୁ ଗେନ୍’, ଯାହା ପାରସ୍ପରିକ ସହଯୋଗ ଓ ସାମୂହିକ ପ୍ରଗତି ଉପରେ ଗୁରୁତ୍ୱାରୋପ କରେ। ଏହି ଦିବସର ଇତିହାସ ୨୦ଶ ଶତାବ୍ଦୀର ଶ୍ରମିକ ଆନ୍ଦୋଳନ ସହିତ ଜଡ଼ିତ। ୧୯୧୧ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ୧୯୭୫ରେ ମିଳିତ ଜାତିସଂଘ ଏହାକୁ ସ୍ୱୀକୃତି ଦେଇଥିଲା। ଆଜିର ଦିନଟି କେବଳ ଉତ୍ସବ ନୁହେଁ, ବରଂ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ, ହିଂସା ଏବଂ ସମାନ ଅଧିକାର ପାଇଁ ଏକ ଦୃଢ଼ ସଂକଳ୍ପ ନେବାର ଦିନ। ମହିଳାମାନେ ସଶକ୍ତ ହେଲେ ହିଁ ସମାଜର ପ୍ରକୃତ ବିକାଶ ସମ୍ଭବ ବୋଲି ଏହି ଦିବସ ବାର୍ତ୍ତା ଦେଉଛି।