ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତାରେ କିଷନଙ୍କ ଉନ୍ନତି, ଶୀର୍ଷରେ ଅଭିଷେକ
ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ବ୍ୟାଟିଂ ବିଭାଗର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ୩ ଭାରତୀୟ ସ୍ଥାନ ବଜାୟ ରଖିଛନ୍ତି । ଅଭିଷେକ ଶର୍ମା ଶୀର୍ଷରେ ରହିଥିବାବେଳେ ଇଶାନ କିଷନ ପଞ୍ଚମକୁ ଉଠିଛନ୍ତି । ତାଙ୍କ ମାନ୍ୟତାରେ ୩ଟି ସ୍ଥାନ ଉନ୍ନତି ହୋଇଛି । ତିଳକ ବର୍ମାଙ୍କ ମାନ୍ୟତାରେ ୩ଟି ସ୍ଥାନ ଅବନତି ହୋଇଛି ଓ ସେ ସପ୍ତମରେ ଅଛନ୍ତି । ସୂର୍ଯ୍ୟକୁମାର ଯାଦବ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି । ବୋଲିଂରେ ଭାରତର ବରୁଣ ଚକ୍ରବର୍ତ୍ତୀ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଯଶପ୍ରୀତ ବୁମରାଙ୍କ ମାନ୍ୟତାରେ ୭ଟି ସ୍ଥାନ ଉନ୍ନତି ହୋଇଛି ଓ ସେ ଅଷ୍ଟମରେ ଅଛନ୍ତି । ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା ପୁଣି ଥରେ ଅଲରାଉଣ୍ଡର ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ଓ ଶିବମ ଦୁବେ ସପ୍ତମରେ ରହିଛନ୍ତି ।