ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ଷ୍ଟ୍ରେଟ ଅଫ ହୋର୍ମୁଜକୁ ଯୁଦ୍ଧ ଜାହାଜ ପଠାଇବ ଭାରତ

ବିଶ୍ୱର ସବୁଠାରୁ ବ୍ୟସ୍ତତମ ଜଳମାର୍ଗ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜକୁ ଇରାନ ବନ୍ଦ କରିଦେଇଛି । ଏହି ଜଳମାର୍ଗ ବନ୍ଦ ଯୋଗୁ ବିଭିନ୍ନ ସ୍ଥାନରେ ସମୁଦ୍ର ଭିତରେ ଅନେକ ଦେଶର ଜାହାଜ ଫସିରହିଛନ୍ତି । ଏଭଳି ସ୍ଥିତିରେ ଭାରତ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରେ ଫସି ରହିଥିବା ନିଜ ଜାହାଜକୁ ସୁରକ୍ଷିତ ଆଣିବା ଲାଗି ନୌସେନାର ଯୁଦ୍ଧପୋତକୁ ପଠାଇବାକୁ ବିଚାର କରୁଛି । ସେହିଭଳି ପାରସ୍ୟ ଉପସାଗରରେ ଫସିରହିଥିବା ଭାରତୀୟ ଜାହାଜ ଓ ତୈଳ ଟ୍ୟଙ୍କରକୁ ମଧ୍ୟ ସୁରକ୍ଷିତ ଫେରାଇ ଆଣିବା ଲାଗି ଯୁଦ୍ଧପୋତ ପଠାଯାଇପାରେ ।  ଗତ ଫେବ୍ରୁଆରୀ ୨୮ରୁ ଏହି ଜଳମାର୍ଗ ବନ୍ଦ ରହିଛି । ଫଳରେ ଗତ ୧୧ ଦିନ ହେଲା ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ଅଶାନ୍ତ ହୋଇପଡ଼ିଛି । ପାରସ୍ୟ ଉପସାଗର ଓ ଓମାନ ଉପକୂଳରେ ଭାରତୀୟ ପତାକା ଲାଗିଥିବା ପ୍ରାୟ ୩୮ଟି ପଣ୍ୟବାହୀ ଜାହାଜ ଫସିରହିଛି । ସେଥିରେ ୧୧୦୦ ଭାରତୀୟ ନାବିକ ଅଛନ୍ତି । ଏହି ଜାହାଜ ମଧ୍ୟରେ ତେଲ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟ ରହିଛି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *