ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ଇରାନ ଆତଙ୍କବାଦର ସବୁଠାରୁ ବଡ଼ ଗଡ଼:ଆମେରିକା ଉପରାଷ୍ଟ୍ରପତି

ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଇରାନକୁ ଆତଙ୍କବାଦର ସବୁଠାରୁ ବଡ଼ ଗଡ଼ କହି କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାର କୂଟନୀତିକୁ ଦୁର୍ବଳତା ଭାବି ଭୁଲ୍ କରିବା ଆଦୌ ଉଚିତ୍ ନୁହେଁ। ଆବଶ୍ୟକ ହେଲେ ସାମରିକ ବିକଳ୍ପ ବ୍ୟବହାର କରାଯିବ। ଭାନ୍ସ କହିଛନ୍ତି ଯେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକକୁ ଗମ୍ଭୀରତାର ସହିତ ନିଆଯିବ। ଆମକୁ ଏପରି ଏକ ସ୍ଥିତିରେ ପହଞ୍ଚିବାକୁ ହେବ ଯେଉଁଠି ପରମାଣୁ ଆତଙ୍କବାଦ ସହିତ ଇରାନ ବିଶ୍ୱକୁ ବିପଦରେ ପକାଇପାରିବ ନାହିଁ। ବିଶ୍ୱର କ୍ରୁର, ନିଷ୍ଠୁର ଏବଂ ସବୁଠାରୁ ବିପଦପୂର୍ଣ୍ଣ ଶାସକକୁ ପରମାଣୁ ଅସ୍ତ୍ର ରଖିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ। ଭାନ୍ସ ଏକ ସାକ୍ଷାତକାରରେ କହିଥିଲେ ଯେ ଏବେ ରାଷ୍ଟ୍ରପତି ଟ୍ରମ୍ପ ଏହାର ଏକ କୂଟନୈତିକ ସମାଧାନ ଖୋଜୁଛନ୍ତି। କିନ୍ତୁ ତାଙ୍କ ପାଖରେ ଅନ୍ୟ ବିକଳ୍ପ ଉପଲବ୍ଧ ଅଛି। ଆବଶ୍ୟକ ସ୍ଥଳେ ଏହାର ବ୍ୟବହାର କରାଯିବ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *