ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ମିସାଇଲ ଆକ୍ରମଣରେ ଇରାନର ଆଇଆରଜିସି କମାଣ୍ଡର ମୃତ

ଇସ୍ରାଏଲ୍ ଓ ଆମେରିକା ଦ୍ୱାରା ଭୀଷଣ ଏୟାର ଷ୍ଟ୍ରାଇକ୍ ଯୋଗୁ ଇରାନର ଇସଲାମିକ ରିଭଲୁ୍ୟସନାରି ଗାର୍ଡ କର୍ପସ ବା ଆଇଆରଜିସି କମାଣ୍ଡର-ଇନ୍-ଚିଫ୍ ମହମ୍ମଦ ପାକପୋର ପ୍ରାଣ ହରାଇଛନ୍ତି । ଇସ୍ରାଏଲୀ ବ୍ରଡକାଷ୍ଟର ଏନ୍୧୨ ଦ୍ୱାରା ଜାରି ରିପୋର୍ଟରୁ ଏହା ଜଣାପଡ଼ିଛି । ତେବେ ତେହରାନ ପକ୍ଷରୁ ଏ ନେଇ କୌଣସି ବିବୃତି ଜାରି ହୋଇନାହିଁ । ପାକପୋର ଆଇଆରଜିସିରେ ସାମରିକ ବଳ ଏବଂ ଆଞ୍ଚଳିକ ଅପରେସନ ଦାୟିତ୍ୱ ଦେଖାଶୁଣା କରୁଥିଲେ । ଆକ୍ରମଣ ବେଳେ ଇରାନର ସୁପି୍ରମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା ସୂଚନା ମିଳିଛି । ଏଥିରେ ତାଙ୍କର କି କ୍ଷତି ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ । ତେବେ ଇରାନର ଗଣମାଧ୍ୟମ ଖାମେନେଇ କିମ୍ବା ପାକପୋରଙ୍କ ବାବଦରେ କୌଣସି ରିପୋର୍ଟ ପ୍ରକାଶ କରିନାହାନ୍ତି । ରାଷ୍ଟ୍ରପତି ମସୁଦ ପେଜେସ୍କିଆନ, ପୂର୍ବତନ ସଂସଦୀୟ ବାଚସ୍ପତି ଅଲ୍ଲୀ ଲାରିଜାନି, ବର୍ତ୍ତମାନର ବାଚସ୍ପତି ମହମ୍ମଦ ବାଘେଲ କାଲିବାଫ୍, ବିଚାର ବିଭାଗୀୟ ମୁଖ୍ୟ ଘୋଲାମସେନ ମୋହସେନି ଏଜେଇ ଓ ସେନାର କମାଣ୍ଡର-ଇ-ଚିଫ୍ ମୌସଭି ହତାମି ପ୍ରମୁଖ ‘ଜୀବନ୍ତ ଓ ସୁସ୍ଥ’ ଥିବା ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *