ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ବୋମାମାଡ଼ରେ ଇରାନର ସୁପ୍ରିମ ଲିଡର ଆହତ, ଗୋଡ଼ କଟାଯାଇଥିବା ଚର୍ଚ୍ଚା

ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଇରାନର ନୂଆ ସୁପ୍ରିମଲିଡର ମୁଜତବା ଖାମେନେଇ ଗୁରୁତର ଥିବା ଦାବି କରାଯାଉଛି । ବ୍ରିଟିଶ୍ ମିଡିଆ ‘ଦ ସନ’ର ରିପୋର୍ଟ ମୁତାବକ, ଫେବ୍ରୁଆରୀ ୨୮ରେ ଇରାନ ଉପରେ ଇସ୍ରାଏଲ-ଆମେରିକା ପକ୍ଷରୁ କରାଯାଇଥିବା ମିଳିତ ଏୟାରଷ୍ଟ୍ରାଇକରେ ୫୬ ବର୍ଷୀୟ ମୁଜତବା ଗୁରୁତର ଆହତ ହୋଇଥିଲେ । ସେଥିଯୋଗୁ ତାଙ୍କର ଗୋଟିଏ ଗୋଡ଼ କାଟିବାକୁ ପଡିÿଛି । ଏଥିସହ ପେଟ ଓ ଲିଭର କ୍ଷତିଗ୍ରସ୍ତ ହୋଇଥିବାରୁ ସେ କୋମାରେ ଅଛନ୍ତି । ତେହରାନର ସିନା ୟୁନିଭରସିଟି ହସ୍ପିଟାଲରେ କଡ଼ା ନିରାପତ୍ତା ବଳୟରେ ସେ ଚିକିତ୍ସିତ ହେଉଛନ୍ତି । ମୁଜତବାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିନା ୟୁନିଭରସିଟି ହସ୍ପିଟାଲର ସେହି ୟୁନିଟକୁ ସିଲ୍ କରାଯାଇଛି । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଭେଟେରାନ ଟ୍ରମା ସର୍ଜନ ମହମ୍ମଦ ରେଜା ଜାଫରଘାଣ୍ଡି ମୁଜତବାଙ୍କ ଚିକିତ୍ସା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି । ପିତା ତଥା ଇରାନର ପୂର୍ବତନ ସୁପ୍ରିମଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତୁ୍ୟ ପରେ ମୁଜତବା ମାର୍ଚ୍ଚ ୯ରେ ସୁପ୍ରିମଲିଡର ପଦ ସମ୍ଭାଳିଥିଲେ ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *