ଜିଓର ନୂଆ ୩୩୯ ଟଙ୍କିଆ ପ୍ଲାନ: ମିଳିବ ୫୦୦୦ ଜିବି କ୍ଲାଉଡ୍ ଷ୍ଟୋରେଜ୍ ଓ ଗୁଗଲ୍ ଜେମିନି ପ୍ରୋ ସୁବିଧା
ରିଲାଏନ୍ସ ଜିଓ ଏହାର ‘ଆଫୋର୍ଡେବଲ ପ୍ୟାକ୍’ ଶ୍ରେଣୀରେ ଏକ ନୂଆ ୩୩୯ ଟଙ୍କିଆ ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନରେ ଗ୍ରାହକଙ୍କୁ ପୂରା କ୍ୟାଲେଣ୍ଡର ମାସ ପାଇଁ ପ୍ରତିଦିନ ୧.୫ ଜିବି ଡାଟା, ଅସୀମିତ ଭଏସ୍ କଲିଂ ଏବଂ ଦୈନିକ ୧୦୦ଟି ଏସଏମଏସ ସୁବିଧା ମିଳିବ। ଏହା ବର୍ତ୍ତମାନର ୩୪୯ ଟଙ୍କିଆ ପ୍ଲାନଠାରୁ ୧୦ ଟଙ୍କା ଶସ୍ତା। ଏହି ପ୍ଲାନର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ସହ ୧୮ ମାସ ପାଇଁ ‘ଗୁଗଲ୍ ଜେମିନି ପ୍ରୋ’ର ମାଗଣା ସବସ୍କ୍ରିପସନ୍ ମିଳୁଛି, ଯାହାର ମୂଲ୍ୟ ପ୍ରାୟ ୩୫,୧୦୦ ଟଙ୍କା। ଏଥିସହିତ ଗ୍ରାହକଙ୍କୁ ୫୦୦୦ ଜିବି କ୍ଲାଉଡ୍ ଷ୍ଟୋରେଜ୍ ଏବଂ ଜିଓ ଟିଭି ଭଳି ଡିଜିଟାଲ୍ ସେବା ମଧ୍ୟ ଉପଲବ୍ଧ ହେବ। ତେବେ ଗୁଗଲ୍ ଜେମିନିର ଲାଭ ଜାରି ରଖିବା ପାଇଁ ଗ୍ରାହକଙ୍କୁ ଅତିକମରେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନରେ ସକ୍ରିୟ ରହିବାକୁ ପଡ଼ିବ।