ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ଏୟାରଷ୍ଟ୍ରାଇକରେ ଖାମେନେଇଙ୍କ ବାସଭବନ, କାର୍ଯ୍ୟାଳୟ ଧ୍ୱସ୍ତ

ଇରାନର ସୁପି୍ରମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ବାସଭବନ ଓ କାର୍ଯ୍ୟାଳୟ ବିଧ୍ୱସ୍ତ ହୋଇଯାଇଛି । ରାଜଧାନୀ ତେହରାନରେ ଥିବା ଏହି କୋଠା ଉପରେ ଶନିବାର ଆମେରିକା ଓ ଇସ୍ରାଏଲ ପକ୍ଷରୁ ଜୋରଦାର ମିସାଇଲ ମାଡ଼ ହୋଇଥିଲା । ଖାମେନେଇ ଓ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କୁ ଟାର୍ଗେଟ୍ କରାଯାଇ ଏହି ହମଲା ହୋଇଥିଲା । ଏବେ ଖାମେନେଇଙ୍କ ବାବଦରେ କିଛି ସୂଚନା ମିଳୁନାହିଁ । ସମ୍ଭବତଃ ଆକ୍ରମଣ ପୂର୍ବରୁ ସେ ଗୋପନ ତଥା ସୁରକ୍ଷିତ ବଙ୍କରକୁ ଚାଲିଯାଇଥିବା କୁହାଯାଉଛି । ଏମିତିକି ସେ ଦେଶ ଛାଡ଼ି ପଳାୟନ କରିଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ଶନିବାର ଇସ୍ରାଏଲୀ ଗଣମାଧ୍ୟମ ତରଫରୁ ଖାମେନେଇଙ୍କ ବିଧ୍ୱସ୍ତ ବାସଭବନର ଫଟୋ ଜାରି କରାଯାଇଛି । ଏଥିରେ ଦେଖିବାକୁ ମିଳିଛି ଯେ ଘରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଇସ୍ରାଏଲୀ ସେନା ନିଜ ‘ଅପରେସନ ରୋରିଂ ଲାୟନ’ରେ ଇରାନ ଉପରେ ଆକ୍ରମଣ କରିଛି । ତେବେ କିଛି ଘଣ୍ଟା ପରେ ତେହରାନ ତରଫରୁ ଜୋରଦାର ଜବାବୀ ଆକ୍ରମଣ ହୋଇଛି । ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ୍ କରି ମିସାଇଲ ମାଡ଼ ହୋଇଛି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *