ଆଇପିଏଲ୍ ପୂର୍ବରୁ ଉନ୍ମୋଚିତ ହେଲା କେକେଆରର ନୂଆ ଜର୍ସି
ଆସନ୍ତା ୨୮ ତାରିଖରୁ ଆରମ୍ଭ ହେଉଛି ଆଇପିଏଲ-୧୯ । ଏହା ପୂର୍ବରୁ ଏହି ଟି-ଟ୍ୱେଣ୍ଟି ଲିଗର ପୂର୍ବ ବିଜେତା କୋଲକାତା ନାଇଟ ରାଇଡର୍ସ ବା କେକେଆର ଟିମର ନୂଆ ଜର୍ସି ଉନ୍ମୋଚନ କରିଛି । ଏକ ନିଆରା ଡିଜାଇନର ସମ୍ଭାର ଥିବା ଏହି ଜର୍ସିର ଥିମ୍ ବା ବିଷୟବସ୍ତୁ ରହିଛି ‘ପରମ୍ପରାର ରେଖା’ । ଜର୍ସିରେ କେକେଆରର ଅନେକ ଅବିସ୍ମରଣୀୟ ଛାପ ରହିଛି । ବ୍ରେଣ୍ଡନ ମ୍ୟାକଲମଙ୍କ ଐତିହାସିକ ଅପରାଜିତ ୧୫୮ ରନ୍ ସହିତ ରିଙ୍କୁ ସିଂହଙ୍କ ଲଗାତର ୫ ଛକା ଆଦିର ପ୍ରେରଣା ନେଇ ଏହି ଜର୍ସି ପ୍ରସ୍ତୁତ କରାଯାଇଛି । ଜର୍ସିର ରଙ୍ଗ ଓ ଆକାର ଚମକ୍ରାର ହୋଇଥିବା କହିଛନ୍ତି ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭେଙ୍କି ମହିଶୂର । ମୋଟ ଉପରେ ଜର୍ସିରେ ଥିବା ପ୍ରତ୍ୟେକ ଧାଡ଼ି କେକଆରର ଗୌରବର ଗାଥା ବର୍ଣ୍ଣନା କରାଯାଇଛି, ଯାହାକି ପ୍ରଶଂସକମାନଙ୍କୁ ଉଦବୁଦ୍ଧ କରିବ ।