ଦେଶରେ ଲାଗିବନି ଲକଡାଉନ: ସରକାର
ଦେଶରେ ଲକ୍ଡାଉନ୍ ଲାଗୁ ହେବ ନାହିଁ ବୋଲି ସରକାର ଶୁକ୍ରବାର ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁଙ୍କ ସମେତ ତିନିଜଣ ମନ୍ତ୍ରୀ ଲକ୍ଡାଉନ୍ ଖବରକୁ ଭୁଲ୍ ବୋଲି କହିଛନ୍ତି।ସେହିପରି ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ମଧ୍ୟ ଶୁକ୍ରବାର ସୂଚନା ଦେଇଛନ୍ତି ଯେ ଦେଶରେ ଲକ୍ଡାଉନ୍ ଭଳି ପରିସ୍ଥିତି ନାହିଁ। ସମସ୍ତ ରିଫାଇନାରୀ ୧୦୦ ପ୍ରତିଶତ କ୍ଷମତା ସହ କାର୍ଯ୍ୟ କରୁଛି। ଦେଶରେ ଏଲପିଜି ଉତ୍ପାଦନ ୪୦% ବୃଦ୍ଧି ପାଇଛି। ଅନ୍ୟପଟେ ପଶ୍ଚିମ ଏସିଆ ସଂଘର୍ଷ ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ କେନ୍ଦ୍ରୀୟ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସନ୍ଧ୍ୟାରେ ପଶ୍ଚିମ ଏସିଆର ସ୍ଥିତି ସମ୍ପର୍କରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।