ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ଚାବହାର ବନ୍ଦର ନିକଟରେ ଆମେରିକାର ଭୀଷଣ ଏୟାରଷ୍ଟ୍ରାଇକ୍

ଆମେରିକା-ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ସୋମବାର ଆମେରିକାର ଯୁଦ୍ଧ ବିମାନ ଇରାନର ଚାବହାର ମୁକ୍ତ ବାଣିଜ୍ୟ ଶିଳ୍ପାଞ୍ଚଳ ବା ସିଏଫଜେଡ୍ ନିକଟରେ ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ କରିଛି । ପାହାଡ଼ିଆ ଅଞ୍ଚଳରେ ଥିବା ସାମରିକ ଘାଟିକୁ କରାଯାଇଛି ଟାର୍ଗେଟ୍ । ହମଲା ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଚାରିଆଡ଼ ଧୂଅାଁମୟ ହୋଇଯାଇଥିଲା । ଚାବହାର ମୁକ୍ତ ବାଣିଜ୍ୟ ଜୋନ ଇରାନର ଦକ୍ଷିଣ ପୂର୍ବ ପ୍ରଦେଶ ସିସ୍ତାନ ଓ ବେଲୁଚିସ୍ତାନରେ ରହିଛି । ଏହା ପାକିସ୍ତାନ ସୀମା ନିକଟରେ ଅବସ୍ଥିତ । ଭାରତ ପାଇଁ ମଧ୍ୟ ଚାବହାର ଅତ୍ୟନ୍ତ ଗୁରୁତ୍ୱଌୂର୍ଣ୍ଣ । ଭାରତ ୨୦୨୪ରେ ଚାବହାରକୁ ୧୦ ବର୍ଷ ନିମନ୍ତେ ଲିଜରେ ନେଇଥିଲା । ଲିଜ୍ ଚୁକ୍ତି ଅନୁସାରେ, ଭାରତ ଏଠାରେ ୧୨୦ ନିୟୁତ ଡଲାର ନିବେଶ କରିବ ଏବଂ ୨୫୦ ନିୟୁତ ଡଲାର ସୁଲଭ ଋଣ ଯୋଗାଇଦେବ । ଚାବହାର ବନ୍ଦର ଭାରତକୁ ଆଫଗାନିସ୍ତାନ, ମଧ୍ୟ ଏସିଆ, ରୁଷ ଏବଂ ୟୁରୋପ ସହ ସିଧାସଳଖ ଭାବେ ବାଣିଜ୍ୟ କାରବାରରେ ସହାୟତା କରିଥାଏ । 

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *