ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Sports

ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ୍ ହେଲେ ମାଥୁ୍ୟ ହେଡେନ

ଆଇପିଏଲ୍ର ୧୯ତମ ସଂସ୍କରଣ ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବ । ଏଥିପୂର୍ବରୁ ସମସ୍ତ ଦଳ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହିକ୍ରମରେ ଗୁଜରାଟ ଜାଏଣ୍ଟ୍ସ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ମାଥୁ୍ୟ ହେଡେନଙ୍କୁ ଆଗାମୀ ସିଜନ ଲାଗି ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି । ମଙ୍ଗଳବାର ଫ୍ରାଞ୍ଚାଇଜ ପକ୍ଷରୁ ଏହି ଘୋଷଣା କରାଯାଇଛି । ପ୍ରକାଶଯୋଗ୍ୟ, ହେଡେନ ତାଙ୍କ ଜ୍ଜାଜ୍ୱଲ୍ୟମୟ କ୍ୟାରିୟରରେ ଦୁଇ ଦୁଇଥର ଦିନିକିଆ ବିଶ୍ୱକପ ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଦଳର ପ୍ରମୁଖ ସଦସ୍ୟ ରହିଥିଲେ । ସେହିଭଳି ଆଇପିଏଲ୍ରେ ସେ ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ୨୦୦୯-୧୦ ସିଜନରେ ମୋଟ ୩୨ଟି ମ୍ୟାଚ୍ ଖେଳିଥିଲେ । ଏବେ ବ୍ୟାଟିଂ କୋଚ୍ ନିଯୁକ୍ତ ହେବା ପରେ ଦଳର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହେବ ବୋଲି ଗୁଜରାଟ ମ୍ୟାନେଜମେଣ୍ଟ ଆଶାବାଦୀ ରହିଛି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *