ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନର ୩୦ଟି ବିଶ୍ୱବିଦ୍ୟାଳୟରେ ହୋଇଛି ମିସାଇଲ ମାଡ଼
ଯୁଦ୍ଧରେ ଦେଶର ୩୦ଟି ବିଶ୍ୱବିଦ୍ୟାଳୟ ଉପରେ ସିଧାସଳଖ ମିସାଇଲ ମାଡ଼ କରାଯାଇଛି । ଏହା କହିଛନ୍ତି ଇରାନର ବିଜ୍ଞାନ ମନ୍ତ୍ରୀ ହୋସେନ୍ ସିମାଇ ସରାଫ । ସେ କହିଛନ୍ତି, ଇସ୍ରାଏଲ ଓ ଆମେରିକା ଜାଣିଶୁଣି ବିଶ୍ୱବିଦ୍ୟାଳୟ, ରିସର୍ଚ୍ଚ ସେଣ୍ଟର ଭଳି ଅଣସାମରିକ ଅନୁଷ୍ଠାନ ଗୁଡ଼ିକୁ ଟାର୍ଗେଟ କରିଛନ୍ତି । ଲକ୍ଷ ଲକ୍ଷ ସ୍କୁଲ ପିଲା ଏବଂ କଲେଜ ଛାତ୍ରଛାତ୍ରୀ ଏବେ ଶିକ୍ଷାରୁ ବଂଚିତ ହେବେ । ତେହରାନର ମୁଖ୍ୟ ବିଶ୍ୱବିଦ୍ୟାଳୟ ଶାହିଦ ବେହସତି ବିଶ୍ୱବିଦ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଦିନେ ତଳେ ଏହାର କୋଠା ଉପରେ ମିସାଇଲ ମାଡ଼ ହୋଇଥିଲା । ଦେଶର ଶିକ୍ଷା ଓ ରିସର୍ଚ୍ଚ ଢାଞ୍ଚାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଇସ୍ରାଏଲ ଓ ଆମେରିକା ଉଦ୍ୟମ କରୁଛନ୍ତି । ତେବେ ଇସ୍ରାଏଲ ପକ୍ଷରୁ ସଫେଇରେ କୁହାଯାଇଛି, ଏହି ଆକ୍ରମଣ ଉଦେ୍ଦଶ୍ୟମୂଳକ ଭାବେ କରାଯାଉନି । ଇରାନର ଆଣବିକ ଢାଞ୍ଚାକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଆକ୍ରମଣର ଉଦେ୍ଦଶ୍ୟ ।