ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ରାଷ୍ଟ୍ରପତି ଡେନାଲଡ ଟ୍ରମ୍ପଙ୍କ ସହ ଆଲୋଚନା କଲେ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମଙ୍ଗଳବାର ଟେଲିଫୋନରେ ଆଲୋଚନା ହୋଇଛି । ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି । ଉଭୟ ନେତା ମଧ୍ୟପ୍ରାଚ୍ୟର ସାମ୍ପ୍ରତିକ ସ୍ଥିତି ନେଇ ଆଲୋଚନା କରିଛନ୍ତି । ବିଶେଷକରି ହୋର୍ମୁଜ ଜଳମାର୍ଗ ଖୋଲା ରଖାଯିବା ଉପରେ ସେମାନେ ଜୋର୍ ଦେଇଛନ୍ତି । ଯୁଦ୍ଧ ଯୋଗୁ ଇରାନ ହୋର୍ମୁଜ ଜଳମାର୍ଗକୁ ବନ୍ଦ କରିଦେଇଥିବାରୁ ବିଶ୍ୱରେ ତୈଳ ଓ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ରମ୍ପଙ୍କ ସହିତ ଆଲୋଚନା କରିଥିବା ନେଇ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ଠାରୁ ଫୋନ୍ କଲ ମିଳିଥିଲା । ତାଙ୍କ ସହ ପଶ୍ଚିମ ଏସିଆ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ଓ ତୁରନ୍ତ ଶାନ୍ତି ଫେରୁ ବୋଲି ଭାରତ ଚାହେଁ ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *