ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Sports

ଇଂଲଣ୍ଡରେ ନୂଆ ନିୟମ: ବିନା ଟିକଟରେ ଫୁଟବଲ୍ ଷ୍ଟାଡିୟମରେ ପ୍ରବେଶ କରିବା ଅପରାଧ

ଇଂଲଣ୍ଡରେ ଫୁଟବଲ୍ ମ୍ୟାଚ୍କୁ ନେଇ ନୂଆ ନିୟମ କରାଯାଇଛି । ଏଣିକି ଇଂଲଣ୍ଡ ଓ ୱେଲ୍ସରେ ଫୁଟବଲ୍ ମ୍ୟାଚ ଦେଖିବା ଲାଗି ବିନା ଟିକଟରେ ଷ୍ଟାଡିୟମକୁ ପ୍ରବେଶ କଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ । ରବିବାର ୱେମ୍ବଲୀରେ ଆର୍ସେନାଲ ଓ ମାଞ୍ଚେଷ୍ଟର ମଧ୍ୟରେ କାରାବାଓ କପ୍ ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚରୁ ନୂଆ ନିୟମ ଲାଗୁ ହେବ । ଯେଉଁମାନେ ବିନା ଟିକଟରେ ଷ୍ଟାଡିୟମକୁ ପ୍ରବେଶ କରିଥିବେ ସେମାନଙ୍କୁ ୫ ବର୍ଷ ଲାଗି ସମସ୍ତ ଷ୍ଟାଡିୟମରେ ପ୍ରବେଶ ଉପରେ କଟକଣା ଲାଗିବ । ଏଥିସହ ଏକ ହଜାର ପାଉଣ୍ଡ ତଥା ୧.୨୪ ଲକ୍ଷ ଟଙ୍କା ଜରିମାନା ଲଗାଯିବ । ୨୦୨୧ରେ ୟୁରୋପିଆନ୍ ଚାମ୍ପିଅନସିପ୍ ଫାଇନାଲରେ ହଜାର ହାଜର ଦର୍ଶକ ବିନା ଟିକଟରେ ଷ୍ଟାଡିୟମକୁ ପ୍ରବେଶ କରିଥିଲେ । ପରେ ସେମାନେ ହିଂସାତ୍ମକ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ । ପରବର୍ତ୍ତୀ ସମୟରେ ଏହାର ସମୀକ୍ଷା କରାଯାଇ ଏହି ନିୟମ ଅଣାଯାଇଛି । ପୂର୍ବରୁ ଇଂଲଣ୍ଡରେ କିନ୍ତୁ ବିନା ଟିକଟରେ ଫୁଟବଲ ଷ୍ଟାଡିୟମରେ ପ୍ରବେଶ କରିବା ଲାଗି କୌଣସି ଆଇନଗତ ଦଣ୍ଡ ନ ଥିଲା ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *