ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ; ରାଜ୍ୟସଭା ପାଇଁ ନାମାଙ୍କନ କଲେ ନୀତୀଶ କୁମାର

ବିହାର ରାଜନୀତିରେ ଏକ ବଡ଼ ପଲଟପାଲଟ ଦେଖିବାକୁ ମିଳିଛି । ଗତ ନଭେମ୍ବର ୨୭ରେ ୧୦ମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନୀତୀଶ କୁମାର ଏବେ ରାଜ୍ୟସଭାକୁ ଯିବେ । ଗୁରୁବାର ନୀତୀଶ ରାଜ୍ୟସଭା ନିର୍ବାଚନ ଲାଗି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନଡିଏ’ର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ । ରାଜ୍ୟସଭା ପାଇଁ ନୀତୀଶଙ୍କ ଲଢ଼ିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ନୀତୀଶ ତାଙ୍କ ପ୍ରତିକ୍ରିୟାରେ ବିହାରବାସୀଙ୍କୁ କହିଛନ୍ତି ଯେ, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆପଣମାନେ ମୋ ପ୍ରତି ନିରନ୍ତର ବିଶ୍ୱାସ ଏବଂ ସମର୍ଥନ ବଜାୟ ରଖିଛନ୍ତି । ସେହି ବିଶ୍ୱାସ ଓ ସମର୍ଥନ ଯୋଗୁଁ ମୁଁ ସମ୍ପୂର୍ଣ୍ଣ ବିଶ୍ୱସ୍ତତାର ସହିତ ବିହାରରେ ଆପଣଙ୍କ ସେବା କରିଛି । ମୁଁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ ଭବିଷ୍ୟତରେ ଆପଣଙ୍କ ସହ ସମ୍ପର୍କ ବଜାୟ ରହିବ । ବିହାରରେ ଗଠିତ ହେବାକୁଥିବା ନୂତନ ସରକାରକୁ ମୋର ପୂର୍ଣ୍ଣ ସମର୍ଥନ ଓ ମାର୍ଗଦର୍ଶନ ମିଳିବ ବୋଲି ନୀତୀଶ କହିଛନ୍ତି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *