ଏବେ ୨୦ ପ୍ରତିଶତ ପରିବାର ବ୍ଲାକରେ ଏଲପିଜି କିଣୁଛନ୍ତି
ଦେଶରେ ଏଲପିଜି ସଙ୍କଟ ଯୋଗୁ ଏବେ ଗ୍ୟାସ ପାଇବା କଷ୍ଟକର ହୋଇପଡ଼ିଛି । ଏଲପିଜି ସିଲିଣ୍ଡର କଳାବଜାରୀ ବଢ଼ିଛି । ଏଲପିଜି ସିଲିଣ୍ଡର ଉପଲବ୍ଧ ନ ହେବା ଏବଂ ଠିକ୍ ସମୟରେ ଡେଲିଭରି ନ ମିଳିବା ଯୋଗୁ ଲୋକେ ବାଧ୍ୟ ହୋଇ ଏହାକୁ ବ୍ଲାକରେ କିଣୁଛନ୍ତି । ବର୍ତ୍ତମାନ ୨୦ ପ୍ରତିଶତ ପରିବାର ଏଭଳି ଏଲପିଜି କିଣୁଛନ୍ତି । ଘରୋଇ ସିଲିଣ୍ଡର ଲାଗି ଲୋକଙ୍କୁ ୪ ହଜାର ଟଙ୍କା ଯାଏ ଦେବାକୁ ପଡୁଥିବା ଲୋକାଲ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ଚଢ଼ା ଦର ଦେଇ ବ୍ଲାକରେ ସିଲିଣ୍ଡର କିଣୁଥିବା ଲୋକଙ୍କ ସଂଖ୍ୟା ଗତ ସପ୍ତାହରେ ୬ ପ୍ରତିଶତ ବୃଦ୍ଧି ହୋଇଛି । ସିଲିଣ୍ଡର ଡେଲିଭରିରେ ୬୮ ପ୍ରତିଶତ ପରିବାର ସମସ୍ୟା ସାମ୍ନା କରୁଥିବା କହିଛନ୍ତି । ଯାହା ଗତ ସପ୍ତାହରେ ୫୭ ପ୍ରତିଶତ ଥିଲା । ୨୮ ପ୍ରତିଶତ ପରିବାରକୁ ଠିକ୍ ସମୟରେ ସିଲିଣ୍ଡର ମିଳୁଛି । ସିଲିଣ୍ଡର ମିଳି ନ ଥିଲେ ମଧ୍ୟ ୧୨ ପ୍ରତିଶତଙ୍କୁ ମେସେଜ ଆସିଛି । ୪୦ ପ୍ରତିଶତ ଗ୍ରାମାଞ୍ଚଳ ପରିବାର କାଠ ଏବଂ ଘସି ଜାଳେଣି ବ୍ୟବହାରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।