ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ଓମାନ ଉପକୂଳରେ ଟ୍ୟାଙ୍କର ଉପରେ ଆକ୍ରମଣ, ଭାରତୀୟ ମୃତ

ଇସ୍ରାଏଲ୍ ଏବଂ ଆମେରିକା ଇରାନ୍ ଉପରେ ମିଳିତ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସ୍ତରରେ ପହଞ୍ଚିଛି । ଯୁଦ୍ଧର ଘନଘଟା ମଧ୍ୟରେ ସୋମବାର ଓମାନ୍ ଉପକୂଳରେ ସମୁଦ୍ରରେ ଏକ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି । ଏକ ବିସ୍ଫୋରକପୂର୍ଣ୍ଣ ମାନବରହିତ ବୋଟ୍ ତାକୁ ଧକ୍କା ଦେଇଛି । ସେଥିଯୋଗୁ ଜାହାଜରେ ଥିବା ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତୁ୍ୟ ଘଟିଛି । ଇରାନ୍-ଆମେରିକା ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ କେହି ଭାରତୀୟଙ୍କ ମୃତୁ୍ୟର ଏହା ପ୍ରଥମ ଘଟଣା । ଏହି ଆକ୍ରମଣ ରାଜଧାନୀ ମସ୍କାଟ ନିକଟ ସମୁଦ୍ରରେ ହୋଇଛି । ଯେଉଁ ଜାହାଜକୁ ଟାର୍ଗେଟ୍ କରାଯାଇଛି ତାହା ‘ଏମକେଡି ଭିୱାଇଓମ୍’ । ତେଲ ଟ୍ୟାଙ୍କରରେ ମାର୍ଶଲ ଆଇଲ୍ୟାଣ୍ଡସ୍ ପତାକା ଲାଗିଥିଲା । ଜାହାଜର ଇଞ୍ଜିନ୍ ରୁମରେ ନିଆଁ ଲାଗିଯାଇଥିଲା । ଫଳରେ ସେଥିରେ ଥିବା କିଛି କ୍ରୁ ସଦସ୍ୟଙ୍କ ମୃତୁ୍ୟ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ସାମିଲ ଅଛନ୍ତି । ଅନ୍ୟ ଏକ ଜାହାଜ ସହାୟତାରେ ସେଥିରେ ଥିବା ୧୬ ଜଣ ଭାରତୀୟ, ୪ ଜଣ ବାଂଲାଦେଶୀ, ଜଣେ ୟୁକ୍ରେନୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି । 

Leave a Reply

Your email address will not be published. Required fields are marked *