ପ୍ରଥମ ଦିନିକିଆରେ ବାଂଲାଦେଶଠୁ ହାରିଲା ପାକିସ୍ତାନ
ଘରୋଇ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୮ ୱିକେଟରେ ହରାଇଛି ବାଂଲାଦେଶ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୩୦.୪ ଓଭରରେ ମାତ୍ର ୧୧୪ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଦଳ ପକ୍ଷରୁ ଫହିମ ଅସ୍ରଫ ସର୍ବାଧିକ ୩୭ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିବଜାଦା ଫରହାନ ୨୭, ମାଜ ସଦାକତ ୧୮ ଓ ମହମ୍ମଦ ରିଜୱାନ ୧୦ ରନ କରିଥିଲେ । ବାଂଲାଦେଶ ପକ୍ଷରୁ ନାହିଦ ରାଣା ୫ଟି ଓ ମେହଦି ହାସାନ ମିରାଜ ୩ଟି ୱିକେଟ୍ ନେଇଥିଲେ । ଜବାବରେ ବାଂଲାଦେଶ ୧୫.୧ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଦଳ ପକ୍ଷରୁ ତନଜିଦ ହାସାନ ଅପରାଜିତ ୬୭ରନ କରିଥିଲେ ।