India News

ସମୁଦ୍ରରେ ଜରୁରୀ ଅବତରଣ କଲା ପବନ ହଂସ ହେଲିକପ୍ଟର

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏକ ପବନ ହଂସ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଏହା ଫଳରେ ପାଇଲଟ ସମୁଦ୍ର ଭିତରେ ହେଲିକପ୍ଟରକୁ ଜରୁରୀ ଅବତରଣ କରାଇ ଥିଲେ। ସୌଭାଗ୍ୟବଶତଃ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କେହି ଆହତ ହୋଇଥିବାର ରିପୋର୍ଟ ଆସି ନାହିଁ। ଏହି ହେଲିକପ୍ଟରଟି ପୋର୍ଟ ବ୍ଲେୟାରରୁ ମାୟାବନ୍ଦର ଅଭିମୁଖେ ଉଡ଼ାଣ ଭରୁଥିଲା। ଏହି ସମୟରେ ହେଲିକପ୍ଟରରେ ସାତ ଜଣ ଲୋକ ଥିଲେ। ଏମାନଙ୍ଗ ମଧ୍ୟରେ ଦୁଇ ଜଣ କ୍ରୁ ସଦସ୍ୟ ଏବଂ ପାଞ୍ଚ ଜଣ ଯାତ୍ରୀ ସାମିଲ ଅଛନ୍ତି। ପବନ ହଂସ ମୁଖପାତ୍ର କହିଛନ୍ତି ଯେ ମଙ୍ଗଳବାର ସକାଳ ପ୍ରାୟ 9:30 ସମୟରେ ଏହି ଅଘଟଣ ଘଟିଥିଲା। ଏବେ ମାମଲାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *