ପିଜି ନାମଲେଖା ଆବେଦନ ଆରମ୍ଭ, ଏପ୍ରିଲ ୨୭ରୁ ପ୍ରବେଶିକା ପରୀକ୍ଷା
ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପୋଷ୍ଟଗ୍ରାଜୁଏଟ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ସିପିଇଟି ହେବ । ଏଥିପାଇଁ ଶୁକ୍ରବାରଠୁ ଆବେଦନ ଆରମ୍ଭ ହୋଇଛି । ରାଜ୍ୟର ୧୨୬ଟି ଶିକ୍ଷାନୁଷ୍ଠାନର ୩୧ ହଜାର ୭୦୧ଟି ସିଟରେ ନାମଲେଖା ହେବ । ପ୍ରଥମ ଦିନରେ ୨୫୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଆସନ୍ତା ଏପ୍ରିଲ୍ ୨୭ରୁ ମେ ୧୦ ଯାଏ ପ୍ରବେଶିକା ପରୀକ୍ଷା ହେବ । ଜଣେ ଆବେଦନକାରୀ ଏକାଧିକ ପିଜି ବିଷୟ ପାଇଁ ଆବେଦନ କରିପାରିବେ । ସର୍ବାଧିକ ୩ଟି ପ୍ରବେଶିକା ବିଷୟ ଓ ୫ଟି ପିଜି ବିଷୟରେ ନାମଲେଖା ପାଇଁ ଆବେଦନ କରିପାରିବ । ମାର୍ଚ୍ଚ ୧୫ ଯାଏ ପିଜି ନାମଲେଖା ପାଇଁ ଆବେଦନ ସୁଯୋଗ ମିଳିବ । ୧୬ ତାରିଖରେ ଆବେଦନପତ୍ର ସଂଶୋଧନର ସୁଯୋଗ ଦିଆଯିବ । ଏପ୍ରିଲ୍୍ ୨୩ରେ ଏସଏସବି ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ଏପ୍ରିଲ୍ ୨୭ରୁ ମେ ୧୦ ଯାଏ ପରୀକ୍ଷା ହେବ । ଏ ସଂପର୍କିତ କୌଣସି ସୂଚନା କିମ୍ବା ସମସ୍ୟା ପାଇଁ ଛାତ୍ରଛାତ୍ରୀମାନେ ହେଲପ ଲାଇନ୍ ନମ୍ବର ୧୫୫୩୩୫/୧୮୦୦୩୪୫୬୭୭୦ରେ ଯୋଗାଯୋଗ କରିପାରିବେ ।