ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Sports

ଇଣ୍ଡିଆନ ୱେଲ୍ସ ଫାଇନାଲରେ ସାବାଲେଙ୍କା-ରିବାକିନା


ଚଳିତ ଇଣ୍ଡିଆନ୍ ୱେଲ୍ସ ଓପନ ହାର୍ଡକୋର୍ଟ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍ସ ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ରବିବାର ବିଶ୍ୱର ଏକ ନମ୍ବର ଖେଳାଳି ବେଲାରୁଷର ଅର୍ନ୍ୟା ସାବାଲେଙ୍କା ଓ ପୂର୍ବତନ ଚାମ୍ପିଅନ୍ କାଜାଖସ୍ତାନର ଏଲେନା ରିବାକିନାଙ୍କ ମଧ୍ୟରେ ଟାଇଟଲ୍ ମୁକାବିଲା ଖେଳାଯିବ । ଉଭୟ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ ଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ । ରିବାକିନା ଏହି ମ୍ୟାଚ୍ ଜିତିଥିଲେ । ଶନିବାର ସେମି ଫାଇନାଲରେ ଟପ୍ ସିଡ୍ ସାବାଲେଙ୍କା ସିଧାସଳଖ ୬-୩, ୬-୪ ସେଟରେ ଚେକ୍ ଗଣରାଜ୍ୟର ଲିଣ୍ଡା ନୋସ୍କୋଭାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ତାଙ୍କୁ ପାଖାପାଖି ଦେଢ଼ ଘଣ୍ଟା ଲାଗିଥିଲା । ଅନ୍ୟ ଏକ ସେମିରେ ତୃତୀୟ ସିଡ୍ ରିବାକିନା ୭-୫, ୬-୪ରେ ନବମ ସିଡ୍ ୟୁକ୍ରେନର ଏଲିନା ସ୍ୱିତୋଲିନାଙ୍କୁ ହରାଇଥିଲେ । ସାବାଲେଙ୍କା ୪ବର୍ଷ ମଧ୍ୟରେ ତୃତୀୟ ଥର ଇଣ୍ଡିଆନ ୱେଲ୍ସ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *