ଆମେରିକାରୁ ଗ୍ୟାସ ଓ ରୁଷରୁ ଅଶୋଧିତ ତୈଳ ଆଣି ମାଙ୍ଗାଲୁରୁରେ ପହଞ୍ଚିଲା ଜାହାଜ
ୟୁଦ୍ଧ ମଧ୍ୟରେ ଏକ କାର୍ଗୋ ଜାହାଜ ଆମେରିକାର ଟେକ୍ସାସରୁ ଏଲପିଜି ନେଇ ରବିବାର ମାଙ୍ଗାଲୁରୁ ବନ୍ଦରରେ ପହଞ୍ଚିଛି। ସେହିପରି ରୁଷରୁ ମଧ୍ୟ ଏକ ଜାହାଜ ଅଶୋଧିତ ତୈଳ ଧରି ଭାରତ ଆସିଛି। ଗତ ୭ ଦିନ ମଧ୍ୟରେ ସମୁଦ୍ର ପଥ ଦେଇ ପ୍ରାୟ ୫ଟି ଜାହାଜ ଗ୍ୟାସ୍ ଏବଂ ଅଶୋଧିତ ତୈଳ ନେଇ ଭାରତରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୮ରେ ଅଶୋଧିତ ତୈଳ ଟ୍ୟାଙ୍କର ଜଗ ଲାଡକୀ ଗୁଜରାଟର ଆଦାନୀ ବନ୍ଦରକୁ ଆସିଥିଲା। ଅନ୍ୟପଟେ ଦୁଇଟି ଏଲପିଜି କ୍ୟାରିଅର୍ ଏମଟି ଶିବାଲିକ ଏବଂ ଏମଟି ନନ୍ଦା ଦେବୀ ପ୍ରାୟ ୯୨,୭୧୨ ମେଟ୍ରିକ ଟନ୍ ଗ୍ୟାସ୍ ଧରି ମାର୍ଚ୍ଚ ୧୬ ଏବଂ ୧୭ରେ ଭାରତ ଆସିଥିଲେ। ଏହି ତିନୋଟି ଜାହାଜ ହର୍ମୁଜ ଷ୍ଟ୍ରେଟ ଦେଇ ଅତିକ୍ରମ କରିଥିଲେ। ଇରାନ ଏଥିପାଇଁ ଅନୁମତି ଦେଇଥିଲା। ଏବେ ପ୍ରାୟ ୨୨ଟି ଭାରତୀୟ ଜାହାଜ ପାରସ୍ୟ ଉପସାଗରରେ ଅଟକି ରହିଛନ୍ତି।
ଖବର ଯାହା ଚର୍ଚ୍ଚାରେ