ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ପିଲାଙ୍କ ଲାଗି ହେଲା ସୋସିଆଲ ମିଡିଆ ବ୍ୟାନ

କର୍ଣ୍ଣାଟକ ସରକାର ରାଜ୍ୟରେ ୧୬ ବର୍ଷରୁ କମ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଶୁକ୍ରବାର ରାଜ୍ୟ ବଜେଟ ଉପସ୍ଥାପନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏହା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନଙ୍କ ଉପରେ ମୋବାଇଲ ଫୋନ୍ ବ୍ୟବହାରର ପ୍ରତିକୂଳ ପ୍ରଭାବକୁ ରୋକିବା ପାଇଁ ତାଙ୍କ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଉଲ୍ଲେଖଯୋଗ୍ୟ, ଗତମାସରେ ବେଙ୍ଗାଲୁରୁରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ସିଦ୍ଦରମେୟା ଏହି ପ୍ରସଙ୍ଗରେ ଆଲୋଚନା କରି କୁଳପତିଙ୍କ ମତାମତ ଲୋଡ଼ିଥିଲେ । ଆଲୋଚନା ସମୟରେ ସୋସିଆଲ ମିଡିଆର ମୋବାଇଲ ନିଶା, ଅନଲାଇନ ଗେମିଂ, ପିଲାମାନଙ୍କ ଶିକ୍ଷା, ଶାରୀରିକ ସୁସ୍ଥତା ଉପରେ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଥିଲେ । ପୂର୍ବରୁ ଅଷ୍ଟ୍ରେଲିଆରେ ମଧ୍ୟ ସମାନ ନିୟମ ପୂର୍ବରୁ ଲଗାଯାଇଛି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *