ବିଧାନସଭାରେ ବଦଳିଲା କଂଗ୍ରେସରୁ ନିଲମ୍ବିତ ବିଧାୟକଙ୍କ ଆସନ
ବିଧାନସଭାରେ ବଦଳିଲା କଂଗ୍ରେସରୁ ନିଲମ୍ବିତ ବିଧାୟକଙ୍କ ଆସନ । କଟକ ବାରବାଟି ବିଧାୟିକା ସୋଫିଆ ଫିଦେ୍ର୍ଦର୍ାଷଙ୍କୁ ‘ଇ’ ବ୍ଲକର ୧୩ ନମ୍ବର ସିଟ୍ ଦିଅଯାଇଛି । ସେ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଗହଣରେ ବସୁଥିବା ବେଳେ ଏବେ କଂଗ୍ରେସରୁ ନିଲମ୍ବିତ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନିକଟରେ ବସିବେ । ଦାଶରଥିଙ୍କୁ ‘ଇ’ ବ୍ଲକର ୧୪ ନମ୍ବର ସିଟ୍ ଦିଆଯାଇଛି । କଂଗ୍ରେସରୁ ନିଲମ୍ବିତ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସିଟ୍ ମଧ୍ୟ ପରିବର୍ତ୍ତନ କରାଯାଇଛି । ‘ଇ’ ବ୍ଲକର ୯ ନମ୍ବର ସିଟରେ ରମେଶ ଚନ୍ଦ୍ର ଜେନା ବସିବେ । ତାଙ୍କ ନିକଟରେ ୧୦ ନମ୍ବର ସିଟରେ କିନ୍ତୁ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ବସିବେ । ଏହି ବିଧାୟକଙ୍କ ସହିତ କଂଗ୍ରେସର ଅନ୍ୟ କିଛି ବିଧାୟକଙ୍କ ଆସନରେ ମଧ୍ୟ ପରିବର୍ତ୍ତନ ହୋଇଛି । ହେଲେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଉପନେତା ଅଶୋକ କୁମାର ଦାସ, ସଚେତକ ସି ଏସ୍ ରାଜନ ଏକା, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସିଟ୍ ପୂର୍ବ ଭଳି ଅପରିବର୍ତ୍ତିତ ରହିଛି । ତେବେ ବିଜେଡିରୁ ନିଲମ୍ବିତ ୬ଜଣ ବିଧାୟକଙ୍କ ଆସନ ବଦଳି ପାରିନି ।